ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ପାକିସ୍ତାନର ମୁଁହ ଭାଙ୍ଗିଛି । ବୁଦ୍ଧି ଶିଖିବା ପରେ ଏବେ ଠିକ ବାଟକୁ ଆସିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛନ୍ତି ଶେହବାଜ । କାଶୀ୍ମର ସମେତ ସମସ୍ତ ବିବାଦ ତୁଟାଇବାକୁ ଆମେ ଚାହୁଁଛୁ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ । ଇରାନଗସ୍ତରେ ଯାଇ ତେହେରାନରେ ଭାରତ ସହ ଶାନ୍ତି ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେହବାଜ ସରିଫ କଶ୍ମୀର ଆତଙ୍କବାଦ ଜଳବିବାଦ, ବାଣିଜ୍ୟ ସମେତ ସମସ୍ତ ସମାଧାନ ପାଇଁ ଭାରତ ସହିତ ଶାନ୍ତି ଆଲୋଚନା କରିବା ପାଇଁ ଖୋଲାଖୋଲି ଭାବରେ ଆଗ୍ରହ ପ୍ରକାଶ କରିଛନ୍ତି । ସେହବାଜ ସରିଫ କହିଛନ୍ତି, ଆଲୋଚନା ମାଧାମରେ କାଶ୍ମୀର ସମସ୍ୟା , ଜଳବିବାଦ ସମସ୍ୟା ସମସ୍ତ ବିବାଦର ସମସ୍ୟା କରିବାକୁ ଚାହୁଁଛୁ । ବାଣିଜ୍ୟ ଆତଙ୍କବାଦ ବିରୋଧରେ ପଡୋଶୀ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛୁ । ଆଲୋଚନା ମାଧ୍ୟମରେ ଗମ୍ଭୀରତାର ଏବଂ ଆନ୍ତରିକତାର ସହିତ ଶାନ୍ତି ଚାହୁଁଛୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି । ଅପରେସନ ସିନଦୁର ସହିତ ସିନ୍ଧୁ ଜଳ ଚୁକ୍ତି ବାତିଲ କରି ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି ଭାରତ । ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନ କୌଣସି ବାଟନପାଇ ଶେଷରେ ଭାରତର ସରଣ ପଶିଛି । ମୁହଁ ଫୁଟାଣି ଛାଡି ଏବେ ମୁଣ୍ଡ ନୁଆଁଇଛି ପାକିସ୍ତାନ ।