ଭୁବନେଶ୍ୱର: ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡି ସରକାର ବିଜୁ ବାବୁଙ୍କ ଛଡ଼ା ଅନ୍ୟ ବରପୁତ୍ରଙ୍କୁ ଗୌଣ କରିଥିଲା ବୋଲି ପୃଥ୍ୱରାଜ ଅଭିଯୋଗ କରିବା ପରେ ଦେବୀ ମିଶ୍ର ଏହାର ଜବାବ ରଖିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ବିଜେଡି ବିବୁ ବାବୁଙ୍କ ଛଡ଼ା ଅନ୍ୟ ବରପୁତ୍ରମାନଙ୍କୁ ସମ୍ମାନ ଦେଇଛି । ବିଭିନ୍ନ ଯୋଜନା କରି ସେମାନଙ୍କୁ ସମ୍ମାନ ଦିଆଯାଇଛି । ଏଥିସହ ମହାତାବଙ୍କ ରାଜ୍ୟସ୍ତରୀୟ ବନ୍ଦ ହୋଇନଥିବା ଶ୍ରୀ ମିଶ୍ର କହିଛନ୍ତି । ସମସ୍ତଙ୍କୁ ଆମେ ସମ୍ମାନ ଦେଉଥିଲୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପୃଥ୍ୱୀରାଜ କହିଥିଲେ ଯେ ବିଜୁ ଜନତା ଦଳ ବା ବିଜେଡି ଏବେ ନିଜ ଛାଇ ଦେଖି ଡରୁଛି । ବିଜେଡି ସରକାର ବିଜୁ ବାବୁଙ୍କ ଛଡ଼ା ଅନ୍ୟ ବରପୁତ୍ରଙ୍କୁ ଗୌଣ କରିଥିଲା । ଗତ ୨ ବର୍ଷ ହେବ ରାଜ୍ୟସ୍ତରୀୟ ବହତାବ ଜୟନ୍ତୀ ବନ୍ଦ ରହିଥିଲା । ଏହା ଏକ କୁତ୍ସିତ ମାନସିକତା । ଆମେ ସେହି ଚିତ୍ରରୁ ବାହାରୁଛୁ । ଆମେ ଯେଉଁ ରାସ୍ତାରେ ଯାଉଛୁ ତାହା ଓଡ଼ିଆ ସଂସ୍କୃତି ଓ ଅସ୍ମିତା ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।