30.1 C
Bhubaneswar
Saturday, March 15, 2025
Homeଓଡିଶାଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ:ଜୟନାରାୟଣ

ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ:ଜୟନାରାୟଣ

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । ସମ୍ବଲପୁରରେ ସୁଭଦ୍ରା କାର୍ୟ୍ୟକ୍ରମରେ ଜୟନାରାୟଣ କହିଛନ୍ତି, ଉତ୍କଳ ଓ କୋଶଳର କଥା । କେବଳ ଉତ୍କଳର ଜୟଗାନ ଗାଇବ ଆଉ କୋଶଳର କାହିଁକି ଜୟଗାନ ଗାଇବ ନାହିଁ । ସେ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଉଛି । ଏହା ଏକ ମାନସିକତା,ଆମକୁ ତୁମେ ଶୋଷଣ କରୁଛ। ଏହା ମଧ୍ୟ ଖୋଲାଖୋଲି କହିଛନ୍ତି, ଆମେ ଓଡ଼ିଶାରେ ମିଶି ଭୁଲ କରିଦେଲୁ । ଏହା ଆମର ଐତିହାସିକ ଭୁଲ୍ ଥିଲା ଏବଂ ଏନେଇ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜୟନାରାୟଣ । ଜୟନାରାୟଣ ବର୍ତ୍ତମାନ ବିରୋଧୀଙ୍କ ଟାର୍ଗେଟ ହୋଇପାରନ୍ତି ଏବଂ ବିଧାନସଭାରେ ଏନେଇ ବିରୋଧୀ ଶାସକ ଦଳଙ୍କୁ ଘେରିବାର ଆଶଙ୍କା ରହିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking