28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଆମର ଏବେ କେବଳ ଗୋଟିଏ ଇଚ୍ଛା 'ପୁତିନଙ୍କ ମୃତ୍ୟୁ'

ଆମର ଏବେ କେବଳ ଗୋଟିଏ ଇଚ୍ଛା ‘ପୁତିନଙ୍କ ମୃତ୍ୟୁ’

କିଭ୍‌, ମସ୍କୋ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀଙ୍କୁ ଖ୍ରୀଷ୍ଟମାସ’ ଅବସରରେ ସମ୍ବୋଧିତ କରିଛନ୍ତି। ନିଜ ଭାଷଣରେ ଜେଲେନ୍‌ସ୍କି ପରୋକ୍ଷରେ କହିଛନ୍ତି ଯେ, ଖ୍ରୀଷ୍ଟମାସ ଅବସରରେ ‘ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍‌ଙ୍କର ମୃତ୍ୟୁ’ ହିଁ ପ୍ରଭୁ ଯୀଶୁ ଭଗବାନ୍‌ଙ୍କ ପାଖରେ ଆମ ସମସ୍ତ ୟୁକ୍ରେନ୍‌ବାସୀଙ୍କର କେବଳ ଗୋଟିଏ ପ୍ରାର୍ଥନା ହେବା ଉଚିତ୍‌। ଏହା ହିଁ ଆମର ଏକମାତ୍ର ଆଶା, ଇଚ୍ଛା ହେବା ଉଚିତ୍‌। ସେ ବ୍ୟକ୍ତିଗତ ଭାବେ ମଧ୍ୟ ଏପ୍ରକାର ଇଚ୍ଛା ତଥା ଆଶା କରୁଛନ୍ତି। ଜେଲେନ୍‌ସ୍କିଙ୍କ କହିବାନୁସାରେ ଗତ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ୍‌ବାସୀଙ୍କ ଉପରେ ଆକ୍ରମଣ ତଥା ନରସଂହାର ଚଳାଇଥିବା ରାକ୍ଷସର ମୃତ୍ୟୁ ହିଁ ଏକମାତ୍ର ସମାଧାନ ହୋଇପାରେ।

ଜେଲେନ୍‌ସ୍କିଙ୍କର ଏପ୍ରକାର ସମ୍ବୋଧନ ଏପରି ଏକ ସମୟରେ ଆସିଛି ଯେତେବେଳେ କି, ରୁଷ୍ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୟୁକ୍ରେନ ଉପରେ ମାତ୍ରାଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ରୁଷ୍‌ର ଏହି ଆକ୍ରମଣରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହେବା ସହ ଦେଶର ଅଧିକାଂଶ ସହର ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟର ସମ୍ମୁଖୀନ ହୋଇଥିଲେ। ଜେଲେନ୍‌ସ୍କି ୟୁକ୍ରେନରେ ଶାନ୍ତି ସମ୍ପର୍କରେ କହିଛନ୍ତି ଯେ, ଯେତେବେଳେ ଆମେ ଈଶ୍ୱରଙ୍କୁ କିଛି ମାଗିଥାଉ ସେତେବେଳେ ନିଶ୍ଚିତ ଭାବେ କିଛି ମହାନ୍ ସ୍ୱାର୍ଥ ହାସଲ ପାଇଁ ହିଁ ମାଗିଥାଉ। ଆମେ ୟୁକ୍ରେନ ପାଇଁ ଶାନ୍ତି ମାଗୁ। ଆମେ ଏଥିପାଇଁ ଲଢ଼ୁ, ଆମେ ଏଥିପାଇଁ ପ୍ରାର୍ଥନା କରୁ। ଏବେ କିନ୍ତୁ ଆମକୁ ଆମ ପ୍ରାର୍ଥନାରେ ୟୁକ୍ରେନ୍‌କୁ ଧ୍ୱଂସ କରିଥିବା ଶକ୍ତିର ବିନାଶ ହେଉ ବୋଲି ଈଶ୍ୱରଙ୍କୁ ମାଗିବାକୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking