30.1 C
Bhubaneswar
Sunday, March 22, 2026
Homeଓଡିଶାଏସ୍‌ଇବିସି ବର୍ଗର ସାମାଜିକ ଓ ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିଛୁ : ସୂର୍ଯ୍ୟବଂଶୀ ସୂରଜ

ଏସ୍‌ଇବିସି ବର୍ଗର ସାମାଜିକ ଓ ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିଛୁ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ବିଗତ ୨୪ବର୍ଷ ଶାସନକାଳ ମଧ୍ୟରେ ବିଗତ ସରକାର ସାମାଜିକ ଓ ଅର୍ଥନୈତିକ ଭାବରେ ପଛୁଆ ବର୍ଗକୁ (ଏସ୍‌ଇବିସି ବର୍ଗକୁ) ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ବିଫଳ ହୋଇଥିଲେ। ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଚଳିତ ଶିକ୍ଷାବର୍ଷ- ୨୦୨୫-୨୬ରୁ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ।

ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ (+୨) ପାଠ୍ୟକ୍ରମ, ଶିକ୍ଷକଶିକ୍ଷା ଓ ବୃତ୍ତି ଭିତ୍ତିକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ (ପ୍ରଦର୍ଶନକଳା) ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍/ଏମ.ପି.ଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ। କ୍ୟାବିନେଟର ସମସ୍ତ ସଦସ୍ୟମାନେ ଗତକାଲି ଏହି ନିଷ୍ପତ୍ତିରେ ମୋହର ଲଗାଇ ଏସ୍‌ଇବିସି ବର୍ଗର ସାମାଜିକ ଓ ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିଛନ୍ତି। ଆମ ସରକାର ଆସିବାର ୧ ବର୍ଷ ସମୟ ମଧ୍ୟରେ ଏହି ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ପଛୁଆ ବର୍ଗର ସାମାଜିକ ଓ ଶୈକ୍ଷିକ ଅନ୍ତର୍ଭୁକ୍ତୀକରଣକୁ ପ୍ରାଧାନ୍ୟ ଦେଇଛନ୍ତି। ଏଥିସହ ଓଡ଼ିଶାରେ ବିକାଶର ଧାରାକୁ ଆଉ ପାଦେ ଆଗେଇ ନେଇଛନ୍ତି। ଆର୍ଥିକ ଓ ସାମାଜିକ ଭାବେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିବାରୁ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି, ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking