ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଆମ ସରକାର ସୁଭଦ୍ରା ଭଳି ଯୋଜନା ଆପଣେଇଛନ୍ତି । ଆମେ ଏକ ସୁସ୍ଥ ସମାଜର ଗଠନ ପାଇଁ କାମ କରୁଛୁ । ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନ ଉନ୍ନତି ପାଇଁ ଆମେ କାମ କରିବୁ । ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହନ୍ତି , ଯେଉଁମାନେ କୃଷି ଉପରେ ନିର୍ଭର କରନ୍ତି , କୃଷି ଓ କୃଷକ ସଶକ୍ତିକରଣ ପାଇଁ ୧୪, ୭୦୧ କୋଟି ସହାୟତା ବ୍ୟୟବରାଦ କରାଯାଇଛି । ପିଏମ କିଷାନ ଯୋଜନାରେ ବାଦ ପଡିଥିବା ସମସ୍ତ ଚାଷୀଙ୍କୁ ସାମିଲ କରିବାକୁ ପ୍ରୟାସ ହୋଇଛି । ଏଥିପାଇଁ ୨ ମାସିଆ ଅଭିଯାନ ଆରମ୍ଭ ହୋଇଥିଲା । ଭାରତ ସରକାରଙ୍କ ସହେଯାଗରେ ବିକାଶ ଆଗକୁ ବଢିବୁ । ଫସଲ ବିଭିଦତା କାଯ୍ୟକ୍ରମ ଉପରେ ଫୋକସ କରାଯାଉଛି ।










