19.1 C
Bhubaneswar
Monday, December 8, 2025
Homeଓଡିଶାମେଘନାଦ ପାଚେରୀ ଡେଇଁବା ପ୍ରସଙ୍ଗ ଗୁରୁତର ସହ ନେଇଛୁ: ପୁରୀ ଜିଲ୍ଲାପାଳ

ମେଘନାଦ ପାଚେରୀ ଡେଇଁବା ପ୍ରସଙ୍ଗ ଗୁରୁତର ସହ ନେଇଛୁ: ପୁରୀ ଜିଲ୍ଲାପାଳ

ପୁରୀ: ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରରେ ଅନଧିକାର ପ୍ରବେଶ ପ୍ରସଙ୍ଗରେ ସିସିଟିଭି କ୍ୟାମେରା ଯାଞ୍ଚ କରି ନିଆଯିବ ଆକ୍ସନ୍ । ଏନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଚଞ୍ଚଲ ରାଣା । ଘଟଣାର ଉତ୍ତର ଦାୟିତ୍ଵ ନିଜ ଉପରକୁ ନେଇଛନ୍ତି ଜିଲ୍ଲାପାଳ । ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯିବ । ଏହା ଲୋକଙ୍କ ବିଶ୍ୱାସକୁ ଆଘାତ ଓ ନିନ୍ଦନୀୟ କାର୍ଯ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ ।କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ସହ ସାଲିସ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଳିଆ ଆବର୍ଜନା କେତେ ଦିନ ହେବ ଜମା ହୋଇ ରହିଥିଲା , କ’ଣ ପାଇଁ ଆବର୍ଜନା ସ୍ଥାନାନ୍ତର ହୋଇନଥିଲା ତା’ର ମଧ୍ୟ ତଦନ୍ତ କରାଯିବ ।

ସେପଟେ ଖବର ପ୍ରସାରଣ ପରେ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ । କମିଟିରେ ୪ ଜଣ ସଦସ୍ୟ ସାମିଲ ରହିଛନ୍ତି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ , ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ , ସଫେଇ ସୁପର ଭାଇଜରଙ୍କୁ ନେଇ ଗଠିତ ହୋଇଛି କମିଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking