23.1 C
Bhubaneswar
Tuesday, February 3, 2026
Homeଓଡିଶାମହିଳାଙ୍କୁ ତ୍ୱରିତ ନ୍ୟାୟ ଦେଉଛୁ: ପୃଥ୍ୱୀରାଜ

ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେଉଛୁ: ପୃଥ୍ୱୀରାଜ

ଭୁବନେଶ୍ୱର: ଧଉଳିରେ ଗଣଦୁଷ୍କର୍ମ ମାମଲା ନେଇ ଆଇନ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ। ମନ୍ତ୍ରୀ କହିଛନ୍ତି ଯେ କୌଣସି ବି ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ହୋଉଛି। ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ସବୁ ମାଲାରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରୀ ହୋଇଛି। ଧଉଳି ଘଟଣାରେ ବି ସରକାର ଉଚିତ ପଦକ୍ଷେପ ନେବେ। ସରକାର ଫାଷ୍ଟ ଟ୍ରାକ୍ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ସୂଚାନଯୋଗ୍ୟ, ଡିସେମ୍ବର ୧୦ ତାରିଖ ସନ୍ଧ୍ୟାରେ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁ ଧଉଳି ଅଞ୍ଚଳରୁ ଫେରୁଥିବାବେଳେ ଦୁଇ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ।

ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଓ ଅନ୍ୟ କିଛି ଲୋକଙ୍କ ସାହାଯ୍ୟରେ ଦୟା ନଦୀକୂଳର ଏକ ନିଛାଟିଆ ସ୍ଥାନକୁ ଟାଣି ନେଇଥିଲେ। ସେଠାରେ ତାଙ୍କୁ ଧାରୁଆ ଅସ୍ତ୍ର ଏବଂ ପଥରରେ ଆକ୍ରମଣ କରିଥିଲେ।ନାବାଳିକା ଜଣକ ପୁରୁଷ ବନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଦୁଇ ଦୁର୍ବୃତ୍ତ ତାଙ୍କ ଲୁଗାପଟା ଚିରି ଗଣବଳାତ୍କାର କରିଥିଲେ। ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଏହି ଅପରାଧର ଭିଡିଓ ରେକର୍ଡ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ୍ ବର୍ତ୍ତମାନ ସୁଦ୍ଧା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ପୋଲିସ୍ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking