19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ: ଧର୍ମେନ୍ଦ୍ର ପ୍ରଧାନ

ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମର ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ ଦୃଢ଼ ସଂକଳ୍ପ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ନୂତନ ଚିନ୍ତାଧାରା ଏବଂ ମୂଲ୍ୟବୋଧ ସୃଷ୍ଟିର ଏକ ସଶକ୍ତ କେନ୍ଦ୍ର । ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶା ସେବନ ଭଳି ଏକ ଗମ୍ଭୀର ଚ୍ୟାଲେଞ୍ଜର ସମାଧାନ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ । ଏହି ଅଭିଯାନ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଯୁବ-କୈନ୍ଦ୍ରିକ ଆହ୍ୱାନର ସମାଧାନ ଦିଗରେ ଏକ ସଫଳ ପଦକ୍ଷେପ ଗ୍ରହଣ କରିଛି । ଏଭଳି ପରିପ୍ରେକ୍ଷୀରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି ଅଭିଯାନ ନିଶା ବିରୋଧରେ ଚାଲିଥିବା ଦେଶବ୍ୟାପୀ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଉଭା ହେବ ।

ଶ୍ରୀ ପ୍ରଧାନ କହିଛନ୍ତି, ନିଶା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ଦେଶର ଭବିଷ୍ୟତ ତଥା ଦକ୍ଷ ନାଗରିକ ଗଠନ ପଥରେ ଏକ ବଡ଼ ବିପଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ସ୍ୱପ୍ନ ସେତେବେଳେ ସଫଳ ହେବ, ଯେତେବେଳେ ଆମର ଯୁବପିଢ଼ି ସୁସ୍ଥ, ସଚେତନ, ଆତ୍ମନିର୍ଭର ହେବା ସହ ସମାଜରେ ସକରାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦେଶ୍ୟ ରଖିବେ । ‘ବିକଶିତ ଭାରତ’ର ମାର୍ଗ ‘ନିଶାମୁକ୍ତ ଯୁବଶକ୍ତି’ ଦେଇ ହିଁ ଗତି କରିଥାଏ । ଏହି ଦୂରଦର୍ଶୀ ଏବଂ ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ଏକ ‘ଜନ-ଆନ୍ଦୋଳନ’ରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି । ନିଶାମୁକ୍ତ, ସୁସ୍ଥ ତଥା ସଶକ୍ତ ଭାରତ ନିର୍ମାଣରେ ନିଜର ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଇଛନ୍ତି ।

ଏହି ଅବସରରେ ମାନ୍ୟବର ଉପରାଷ୍ଟ୍ରପତି ‘ନିଶାମୁକ୍ତ ପରିସର ଅଭିଯାନ’ ଅଧୀନରେ ଏକ ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ (https://pledge.du.ac.in/home) ଏବଂ ମୋବାଇଲ୍ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏଥିସହ ସେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ନିଶାମୁକ୍ତ କ୍ୟାମ୍ପସ ପାଇଁ ଶପଥ ନେବାକୁ ଆହ୍ୱାନ କରିଛନ୍ତି । ଏହି ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଯେପରି ସମସ୍ତ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ, ତାହା ନିଶ୍ଚିତ କରିବାକୁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking