ଭୁବନେଶ୍ବର: ‘ଯୁବରେ ନିବେଶ ହେଉଛି ଭବିଷ୍ୟତରେ ନିବେଶ।’ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ମୂଳନୀତି ଆଧାରରେ ଓଡ଼ିଶାର ଯୁବସମାଜର ଅନନ୍ୟ ଶକ୍ତି ଓ ଉତ୍ସାହକୁ କ୍ରୀଡ଼ା, ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ସଠିକ୍ ଦିଗରେ ନେବା ପାଇଁ ବିଜୁ ଜନତା ଦଳ ପ୍ରତିବଦ୍ଧ । ରାଷ୍ଟ୍ରୀୟ ଯୁବ ଦିବସରେ ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବାର୍ତ୍ତ।ରେ କହିଛି ଯେ, ଯୁବ ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ସ୍ବରୂପ ଗତ 24 ବର୍ଷରେ ବିଜୁ ଜନତା ଦଳ ସରକାର ନୂଆ ଉଦାହରଣ ସୃଷ୍ଟି କରିପାରିଛି ।
ବିଜୁ ଜନତା ଦଳ ସରକାର ଦକ୍ଷତା ବିକାଶ, ଶିକ୍ଷା ଓ ନିଯୁକ୍ତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ସ୍କିଲଡ୍ ଇନ୍ ଓଡ଼ିଶା’ ଆଜି ଏକ ବିଶ୍ବ ବ୍ରାଣ୍ଡ୍ ଭାବେ ଉଭା ହୋଇଛି। ଏହା ଜରିଆରେ 78 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିଲା। ବିଶ୍ବ ଦକ୍ଷତା କେନ୍ଦ୍ର, 60ଟି ସରକାରୀ ଆଇଟିଆଇ, 34ଟି ସରକାରୀ ପଲିଟେକ୍ନିକ୍ ଏବଂ 82ଟି ଦକ୍ଷତା ବିକାଶ କେନ୍ଦ୍ର ଦ୍ବାରା 6.5 ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇଥିଲା। ସମସ୍ତ ସରକାରୀ ଇନିୟରିଂ କଲେଜରେ ନିଯୁକ୍ତି ପାଇଁ ସେଣ୍ଟର ଅଫ୍ ଏକ୍ସେଲେନ୍ସ୍’ ସ୍ଥାପନ କରାଯାଇଥିଲା। ସ୍ୱୟମ ଯୋଜନା’ ଦ୍ବାରା ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର ନିଯୁକ୍ତି ସୁବିଧା ପ୍ରଦାନ କରାଯାଇଥିଲା । ମେକ୍ ଇନ୍ ଓଡ଼ିଶା’ ନିବେଶ ମାଧ୍ୟମରେ 5 ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରାଯାଇଥିଲା । ବିଜୁ ଜନତା ଦଳ 2024 ନିର୍ବ।ଚନୀ ଇସ୍ତାହାରରେ ଆଗାମୀ 5 ବର୍ଷରେ 15 ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ସହ 2036 ସୁଦ୍ଧା 1 ଲକ୍ଷ କୋଟି ଟଙ୍କାର ଯୁବ ବଜେଟ୍’ ପାଇଁ ବିଜେଡି ପ୍ରତିଶ୍ରୁତି ଦେଇଥିଲା ।
ଡ଼ ମହାନ୍ତି ଆହୁରି କହିଛି, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳିଙ୍ଗ ଷ୍ଟାଡ଼ିୟମ୍, ବିର୍ସ।ମୁଣ୍ଡା ହକି ଷ୍ଟାଡ଼ିୟମ୍ ସମେତ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ନିର୍ମ।ଣରେ ଓଡ଼ିଶା ଭାରତରେ ଅଗ୍ରଣୀ ଭୂମିକା ନେଇଥିଲା। ଯେତେବେଳେ ରାଷ୍ଟ୍ରୀୟ ପୁରୁଷ ଓ ମହିଳା ହକି ଦଳକୁ ପ୍ରୋତ୍ସାହନ ଦେବାକୁ କେହି ରାଜି ନଥିଲେ ସେତେବେଳେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଆର୍ଥିକ ପ୍ରୋତ୍ସାହନ ଦେଇ ପ୍ରମାଣିତ କରିଥିଲା ଯେ ‘କ୍ରୀଡ଼ାରେ ନିବେଶ ହେଉଛି ଯୁବରେ ନିବେଶ’ ଏବଂ ଯୁବରେ ନିବେଶ ହେଉଛି ଭବିଷ୍ୟତରେ ନିବେଶ’ । ସେହିପରି ନୂଆ-ଓ’ ବୃତ୍ତି ଯୋଜନାରେ 530 କୋଟି ଟଙ୍କା ବ୍ୟୟରେ 5.38 ଲକ୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଯେଉଥିରେ ଛାତ୍ରଙ୍କୁ ବାର୍ଷିକ 9 ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ 10 ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ଏସ୍ସି/ଏସ୍ଟି ଛାତ୍ରଛାତ୍ରୀ ଓ ନିର୍ମ।ଣ ଶ୍ରମିକଙ୍କ ପିଲା ମାନଙ୍କୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା । 5-ଟି ହାଇସ୍କୁଲ୍ ରୂପାରୀକରଣ କାର୍ଯ୍ୟକ୍ରମରେ 8,681ଟି ବିଦ୍ୟାଳୟ ରୂପାରିତ ହେବା ସହିତ 10.8 ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ୍ କ୍ଲାସରୁମ୍, ଇ-ଲାଇବ୍ରେରୀ, କ୍ରୀଡ଼ା ଭିତ୍ତିଭୂମୀ ସୌନ୍ଦର୍ଯ୍ୟକରଣ ଓ ଆଧୁନିକ ଲ୍ୟାବ୍ କରାଯାଇଥିଲା। 1,950ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ରୂପାରୀକରଣ କରାଯାଇଥିଲା। ମୋ ସ୍କୁଲ୍ ଅଭିଯାନ’ରେ 54,465ଟି ବିଦ୍ୟାଳୟ ଏବଂ ମୋ କଲେଜ ଅଭିଯାନ’ରେ 86ଟି କଲେଜ ରୂପାରୀକରଣ ହୋଇଥିଲା।
ରାଜ୍ୟରେ ମେଡ଼ିକାଲ କଲେଜ ଓ ଇନିୟରିଂ କଲେଜରେ ଓଡ଼ିଆ ବୋର୍ଡରୁ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ 15 ପ୍ରତିଶତ ଆସନ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, 313ଟି ବ୍ଲକ୍ରେ 315ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ, ଓୟୁଏଟି, ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚ, ଭିଏସ୍ଏସୟୁଟି ବୁର୍ଲ।ର ରୂପାୀକରଣ କରାଯାଇଛି । 2019ରୁ 2024 ପର୍ଯ୍ୟ ଶିକ୍ଷା କ୍ଷେତ୍ରରେ 1.2 ଲକ୍ଷ କୋଟିରୁ ଅଧିକ ବଜେଟ୍ ଖର୍ଚ୍ଚ କରାଯାଇଥିଲା । ଅନ୍ବେଷା’ ଓ ଆକାଂକ୍ଷା’ ଯୋଜନା ମାଧ୍ୟମରେ ଏସ୍ସି, ଏସ୍ଟି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା । ବିଜେପି ଦଳ ସରକାରକୁ ଆସିଲା ପରେ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ନୂଆ-ଓ ବୃତ୍ତି ବନ୍ଦ କଲା । 20ଟି ପରୀକ୍ଷାରେ ମହାବିଭ୍ରାଟ ସୃଷ୍ଟି ହେଲା । ରାଜ୍ୟରେ ବେକାରୀ ହାର ବଢ଼ିଲା । ଜେଏସ୍ଡବ୍ଲ୍ୟୁ ଇଭି, ଆର୍ସଲେର୍ ମିତ୍ତଲ ଇସ୍ପାତ, ଏସ୍ ରାମ୍ ଏନ୍ ରାମ୍ ସେମିକଣ୍ଡକ୍ଟର୍ ଓ ୱାରୀ ସୋଲାର୍ ଭଳି ବଡ଼ ପ୍ରକଳ୍ପ ଗୁଡ଼ିକ ଓଡ଼ିଶାରୁ ଚାଲିଯିବା ଦ୍ବାରା ବିଜେପି ଯୁବବର୍ଗଙ୍କ ପ୍ରତି ବିଶ୍ବାସଘାତକତା କରିଛି । ବିଜେପି ସରକାର ବଡ଼ ବଡ଼ ଘୋଷଣା ଓ ପ୍ରଚାର ବିଜ୍ଞାପନରୁ ଦୂରେଇ ରହି ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ନିଯୁକ୍ତି, ଜୀବିକା ଓ ଯୁବ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁ ବୋଲି ଡ଼ ମହାନ୍ତି କହିଛି।









