25.1 C
Bhubaneswar
Monday, December 8, 2025
Homeଓଡିଶାସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି

ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ  ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି  ପାଉଛି।  ଏନେଇ ଜଳସମ୍ପଦ ବିଭାଗ ବନ୍ୟା ସମ୍ପର୍କିତ ବୁଲେଟିନ ଜାରି କରିଛି ।  ବୈତରଣୀ ନଦୀରେ ଆନନ୍ଦପୁର ଠାରେ ଜଳ ସ୍ତର 38.82 ମିଟର ଅଛି ଓ ଏହା କ୍ରମାଗତ  ବୃଦ୍ଧି ପାଉଛି, ଏହାର  ବିପଦ ସଂକେତ  ସ୍ତର 38.36 ମିଟର  । ସେହିପରି, ଆଖୁଆପଦା ଠାରେ ଜଳସ୍ତର 17.98 ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ   ଅଛି । ଏହାର  ବିପଦ ସଂକେତ ସ୍ତର 18.33 ମିଟର । CWC ର ଅନୁମାନ ଅନୁଯାୟୀ, ଏହି ସ୍ତର ଆଜି ରାତି 10  ଟା ସୁଦ୍ଧା 18.65 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର  7.20 ମିଟର (ସ୍ଥିର ରହିଛି ), ଯାହାକି  ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର 6.50 ମିଟ   ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର  47.92 ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ସ୍ଥିତିରେ ଅଛି । ଏହାର ବିପଦ ସଂକେତ  49.16 ମିଟର । ସେହିପରି ରାଜଘାଟ ଠାରେ  ଏହି ସ୍ତର 7.26 ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏହାର, ବିପଦ ସଂକେତ ସ୍ତର 10.36 ମିଟର । ଏହି ପରିପ୍ରେକ୍ଷୀରେ 27.07.2025 ର ସକାଳ 10.00 ସୁଦ୍ଧା  ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହୋଇପାରେ ଏବଂ ଜଳ ସ୍ତର  11.7 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଏଥିପାଇଁ ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ  ନିରୀକ୍ଷଣ କରାଯାଉଛି ।ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ  ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି  ତଳିଆ ଅଂଚଳର ଲୋକମାନଙ୍କୁ  ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ  କାର୍ଯ୍ୟ ପରିଚାଳନା କରିବାକୁ  ସତର୍କ  କରାଯାଇଛି  ।  ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)-  ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର, ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ  ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି । ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର  ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି । ସେମାନେ ସେହି ସଂପୃକ୍ତ ବେସିନ୍ ଗୁଡ଼ିକରେ ବନ୍ୟା ପରିଚାଳନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking