14.1 C
Bhubaneswar
Thursday, December 11, 2025
Homeଓଡିଶାହୀରାକୁଦରେ ୭ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସିତ

ହୀରାକୁଦରେ ୭ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସିତ

ସମ୍ବଲପୁର :  ସର୍ବୋଚ୍ଚ ଜଳସ୍ତର ଛୁଇଁଲା ହୀରାକୁଦ ଜଳଭଣ୍ଡାର । ଶୁକ୍ରବାର ସକାଳ ୯ଟା ସୁଦ୍ଧା ମ୍ୟାଜିକ ନମ୍ୱର ୬୩୦ ଫୁଟ ଛୁଇଁ ମୋଟ ୭ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ବାମ ପାର୍ଶ୍ୱରେ ୫ଟି ଏବଂ ଡାହାଣ ପାର୍ଶ୍ୱରୁ ୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ସୂଚନା ମୁତାବକ,  ଡ୍ୟାମ୍‌ର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ଥିବାବେଳେ ଶୁକ୍ରବାର ସକାଳ ୯ଟା ସୁଦ୍ଧା ୬୩୦ ଫୁଟ ଉଚ୍ଚତାରେ ଜଳ ନିଷ୍କାସିତ ହୋଇଛି । ତେବେ ପୂର୍ବରୁ ୪ ଟି ଗେଟ୍‌ ଦେଇ ଜଳ ନିଶ୍କାସିତ ହେଉଥିବା ବେଳେ ଶୁକ୍ରବାର ଆଉ ୩ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୭ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking