ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡିଶା ପାଇଁ ପକ୍ଷ ରଖିଲେ ଏଜି ପୀତାମ୍ବର ଆଚାଯ୍ୟ । ଟ୍ରିବ୍ୟୁନାଲରେ ପକ୍ଷ ରଖିବା ପରେ ଏଜି ପୀତାମ୍ବର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡିଶା ଓ ଛତିଶଗଡ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ । ଅକ୍ଟୋବର ୧୧ ସୁଦ୍ଧା ବୁଝାମୁଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ୱୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି । ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି । ସରକାର ବଦଳିବା ପରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା ଚାଲିଛି । କୌଣସି ଜଳବିବାଦର ସମାଧାନ ଟ୍ରିବ୍ୟୁନାଲ ରେ ହୋଇନାହିଁ । ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିଙ୍କ ସ୍ୱୀକୃତି ମିଳିବ ନାହିଁ ।










