19.1 C
Bhubaneswar
Wednesday, February 11, 2026
Homeଓଡିଶାଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା

ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର:  କେତେକ ଜିଲ୍ଲାରେ କିଛି ଦିନ ହେବ ୩୫ଡିଗ୍ରି ଉପରେ ରହୁଥିବା ତାପମାତ୍ରା କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସହରର ତାପମାତ୍ରା ୩୫ ଡିଗ୍ରି ଛୁଇଁ ନାହିଁ। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ଦୁଇ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୯ ତାରିଖ ପାଇଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ରାୟଗଡ଼ା, କଳହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରିର ଅନେକ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking