23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଭାରତ ପାଇଁ ସତର୍କ ଘଣ୍ଟି!: ପଡୋଶୀ ଦେଶ ସୈନ୍ୟଙ୍କୁ ତାଲିମ ଦେଉଛି ପାକିସ୍ତାନ

ଭାରତ ପାଇଁ ସତର୍କ ଘଣ୍ଟି!: ପଡୋଶୀ ଦେଶ ସୈନ୍ୟଙ୍କୁ ତାଲିମ ଦେଉଛି ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ଭାରତକୁ ସମସ୍ୟାରେ ପକାଇବା ଏକ ନୂଆ କୌଶଳ ଆପଣେଇଛି। ଏହା ଅନ୍ତର୍ଗତ ପାକିସ୍ତାନ ସେନା ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କଥିବା ପଡୋଶୀ ଦେଶଗୁଡ଼ିକୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରୁଛି। ପାକିସ୍ତାନୀ ସେନା ପ୍ରକାଶ କରିଛି ଯେ, ଭାରତର ପଡୋଶୀ ଦେଶ ନେପାଳ, ମାଲଦ୍ୱୀପ ଏବଂ ଶ୍ରୀଲଙ୍କା ସମେତ ଅନ୍ୟ ଦେଶର ସୈନିକମାନଙ୍କୁ ନିଜର ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ସାମରିକ ତାଲିମ ଦେଉଛି। ଏହା ଦ୍ୱାରା ସେସବୁ ଦେଶରେ ପାକିସ୍ତାନ ନିଜର ସାମରିକ ପ୍ରଭାବକୁ ବିସ୍ତାର କରିବାକୁ ଚାହୁଁଛି ବୋଲି ଚର୍ଚ୍ଚା ହେଉଛି। ସେସବୁ ଦେଶର ସର୍ବାଧିକ ସଂଖ୍ୟକ ସାମରିକ ଅଧିକାରୀ ସାଧାରଣତଃ ଭାରତରେ ସାମରିକ ତାଲିମ ନେଇଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଭାରତର ଅସନ୍ତୋଷକୁ ଏଡାଇବା ପାଇଁ ପାକିସ୍ତାନଠାରୁ ଦୂରତା ବଜାୟ ରଖିଥିଲେ। ଏଭଳି ପରିସ୍ଥିତିରେ ଯଦି ନେପାଳ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସାମରିକ ଭାବରେ ପାକିସ୍ତାନର ନିକଟତର ହୁଅନ୍ତି ତେବେ ଭାରତର ଚିନ୍ତା ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ବିଚେନା କରାଯାଉଛି। ପାକିସ୍ତାନୀ ସେନା କହିଛି ଯେ ଆବୋଟାବାଦର ପାକିସ୍ତାନୀ ମିଲିଟାରୀ ଏକାଡେମୀରେ ବିଭିନ୍ନ ପ୍ରଶିକ୍ଷଣ ପାଠ୍ୟକ୍ରମର କ୍ୟାଡେଟଙ୍କ ଏକ ପରେଡ୍ ଅନୁଷ୍ଠିତ ହୋଇଥିଲା।

ଯେଉଁଥିରେ ପାଲେଷ୍ଟାଇନ, ଜୋର୍ଡାନ ଏବଂ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ଅନ୍ୟାନ୍ୟ ରାଷ୍ଟ୍ରର ପ୍ରଶିକ୍ଷକମାନେ ସ୍ନାତକ ହାସଲ କରିଥିଲେ। ପାକିସ୍ତାନ ସେନାର ମିଡିଆ ୱିଙ୍ଗ୍ ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଅନୁଯାୟୀ, ପରେଡରେ ୧୫୦ ତମ ପିଏମଏ ଲଙ୍ଗ କୋର୍ସ, ୬୯ ତମ ଇଣ୍ଟିଗ୍ରେଟେଡ୍ କୋର୍ସ, ୨୪ ତମ ଲେଡି କ୍ୟାଡେଟ୍ ପାଠ୍ୟକ୍ରମ ଏବଂ ୩୬ ତମ ବୈଷୟିକ ସ୍ନାତକ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫସ୍‌ର ଅଧ୍ୟକ୍ଷ ଜେନେରାଲ ସାହିର ଶ୍ୟାମଶଦ ମିର୍ଜା ଉପସ୍ଥିତ ଥିଲେ। ଆଇଏସଆରପି ଏକ ବିବୃତିରେ କହିଛି ଯେ ଇରାକ, ଜୋର୍ଡାନ, ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ପାଲେଷ୍ଟାଇନ, ସୁଦାନ ଏବଂ ୟେମେନ ସମେତ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ଥିବା ଅନେକ ଦେଶର କ୍ୟାଡେଟ ମଧ୍ୟ ପାକିସ୍ତାନ ମିଲିଟାରୀ ଏକାଡେମୀରୁ ସ୍ନାତକ ହାସଲ କରିଛନ୍ତି।

ବର୍ତ୍ତମାନ ଭାରତ ସହିତ ପଡୋଶୀ ଦେଶର ସମ୍ପର୍କ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି। ନିକଟରେ ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହୋଇଛି। ଏହି ଦେଶଗୁଡିକ ମଧ୍ୟରୁ ଅଧିକାଂଶରେ ସରକାର ଗଠନ କରାଯାଇଛି ଯାହା ଭାରତର ସ୍ୱାର୍ଥ ପାଇଁ ଉପଯୁକ୍ତ ନୁହେଁ। ବାମପନ୍ଥୀ ଅନୁରା କୁମାରା ଦିସାନାଇକେ ଶ୍ରୀଲଙ୍କାର ରାଷ୍ଟ୍ରପତି ହୋଇଛନ୍ତି। ଚୀନ୍‌ର ନିକଟତର ଥିବା ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହୋଇଛନ୍ତି। ଚୀନ୍ ସମର୍ଥକ କମ୍ୟୁନିଷ୍ଟ ଦଳଗୁଡ଼ିକ ନେପାଳରେ ନିରନ୍ତର କ୍ଷମତାରେ ଅଛନ୍ତି। ବାଂଲାଦେଶରେ ମଧ୍ୟ ଆମେରିକାର ନିକଟତର ଥିବା ନୋବେଲ ବିଜେତା ମହମ୍ମଦ ୟୁନୁସ ଭାରତ ସମର୍ଥକ ଶେଖ ହସିନାଙ୍କ ସ୍ଥାନରେ କ୍ଷମତାରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking