28.1 C
Bhubaneswar
Friday, June 28, 2024
Homeଖେଳଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ୱାର୍ନର

ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ୱାର୍ନର

ନୂଆଦିଲ୍ଲୀ : ସୋମବାର ସେଣ୍ଟ ଲୁସିଆରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଟି -୨୦ ବିଶ୍ୱକପ ୨୦୨୪ ସୁପର ୮ ମ୍ୟାଚ୍ ରେ ହାରିଯାଇଛି । ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ ର ସେମିଫାଇନାଲରେ ପ୍ରବେଶ କରିଛି । ବାଂଲାଦେଶ ବିପକ୍ଷରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି। ଆଫଗାନିସ୍ତାନର ବିଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଅଷ୍ଟ୍ରେଲିଆ ଏହି ଟୁର୍ନାମେଣ୍ଟରୁ ବିଦାୟ ନେବା ପରେ ଡେଭିଡ ୱାର୍ନର ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରୁ ଅବସର ନେଇଛନ୍ତି । ୱାର୍ନର ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଟି -୨୦ ବିଶ୍ୱକପ ୨୦୨୪ ରେ ଡେଭିଡ ୱାର୍ନର ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ। ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଡେଭିଡ ୱାର୍ନର ସର୍ବାଧିକ ସ୍କୋର କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ଏହା ବ୍ୟତୀତ ସେ ତିନୋଟି ଫର୍ମାଟରେ ଅଷ୍ଟ୍ରେଲିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking