ଭୁବନେଶ୍ୱର: ୱାକଫ ଘଟଣାବଳୀକୁ ରହସ୍ୟମୟ କହିଲେ ଅମର ଶତପଥୀ । ଆହୁରି କହିଛନ୍ତି , ମୁଁ ବିଜେଡି ଭିତରେ ନାହିଁ , ତାଙ୍କ ଦଳ ବାବଦରେ କହିବି ନାହିଁ । ମାତ୍ର ୱାକଫ ଭୋଟିଂକୁ ନେଇ ସବୁ ରହସ୍ୟମୟ । ସଂସଦୀୟ ବ୍ୟବସ୍ଥାରେ ବିରୋଧ , ସମର୍ଥନ ରହିଛି । ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି । ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ . ସମସ୍ତେ ମତ ରଖିପାରିବେ । ଭ୍ରମିତ ପାଇଁ ଉଦ୍ୟମ ହେଉଛି , ପର୍ଦ୍ଦା ଉଠିବା ଉଚିତ । ପ୍ରସଙ୍ଗ ଏଡାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି । ନବୀନ ବାବୁଙ୍କ ମୁହଁରେ ଏହା ଶୋଭାପାଏ ନାହିଁ । ନିଲମ୍ବନ , ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିଲେ । ପ୍ରେସ ରିଲିଜରୁ ଜଣା ପଡୁଛି ଯେ ନିଲମ୍ବନ ଥିଲା ଓ ପ୍ରତ୍ୟାହୃତ ହୋଇଥିଲା । ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନଥିଲେ । ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଆସେଟ ଥିଲେ । ପ୍ରମାଣିତ କରିଛନ୍ତି ।