15.1 C
Bhubaneswar
Friday, January 16, 2026
Homeଓଡିଶାୱାକଫ୍ ବିଲ୍ : ବିରୋଧ କରିବନି ବିଜେଡି

ୱାକଫ୍ ବିଲ୍ : ବିରୋଧ କରିବନି ବିଜେଡି

ଭୁବନେଶ୍ୱର: ୱାକଫ୍ ବିଲ୍ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ ଓଡ଼ିଶା ସରକାରରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମୁହଁ ଖୋଲିଛି। ୱାକ୍‌ଫ ସଂଶୋଧନ ବିଲ୍ ନେଇ ବିଜେଡି ଆଭିମୁଖ୍ୟ ବଦଳାଇଛି। ଆଜି ଅପରାହ୍ଣରେ ବିଜେଡି ଏହି ବିଲ୍‌କୁ ସମର୍ଥନ ଦେବ ନାହିଁ ବୋଲି କହିଥିଲା। କିନ୍ତୁ ଏହି ବୟାନ ଦେବାର କିଛି ସମୟ ପରେ ପୁଣି ୟୁଟର୍ନ ମାରିଛି। ବିଜେଡିର ଜଣେ ସାଂସଦ ୱାକଫ୍ ବିଲ୍‌କୁ ନେଇ ବିରୋଧ ବୟାନ ଦେଇଥିବା ବେଳେ ତାଙ୍କର ଜଣେ ସାଥୀ ଭିନ୍ନ ପ୍ରକାରର ବୟାନ ଦେଇଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି କହିଛନ୍ତି, ରାଜ୍ୟସଭାରେ ଭୋଟିଂ ବେଳେ ଏହି ବିଲ୍‌କୁ ବିରୋଧ ନ କରି ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟରେ ବିଜେଡି ପକ୍ଷରୁ ଏନେଇ କୌଣସି ହ୍ୱିପ୍ ଜାରି ହୋଇ ନାହିଁ। ତେବେ ଏହି ବିଲ୍ ନେଇ ବିଜେଡି ଦ୍ୱନ୍ଦ୍ୱରେ ଅଛି ନାଁ ନିଷ୍ପତ୍ତି ନେଇସାରିଛି, ଠିକ୍ ସମୟରେ ଜଣାପଡ଼ିଯିବ।

ରାଜ୍ୟସଭା ସାଂସଦ ମୁନା ଖାନ୍ ଆଜି ରାଜ୍ୟସଭାରେ କହିଥିଲେ, ଏହି ବିଲ୍‌କୁ ବିଜେଡି ତରଫରୁ ବିରୋଧ କରୁଛି। ପୂର୍ବରୁ ଯେଉଁମାନଙ୍କ ପାଖରେ ବହୁତ ଜମି ଥିଲା, ସେମାନେ ଏହାକୁ ଦାନସୂତ୍ରରେ ଦେଇଥିଲେ। ଏହି ଜମିରେ କିଛି ଭଲ କାମ କରାଯିବାର ଲକ୍ଷ୍ୟ ଥିଲା। ଅର୍ଥାତ, ଏହି ଜମି ଉପରେ କିଛି ବିକାଶମୂଳକ କାମ କରାଯିବ। କିଛି ହସ୍ପିଟାଲ, ମଦ୍ରାସା, ମସ୍‌ଜିଦ, କବ୍ରସ୍ଥାନ ସମସ୍ୟା ଥିଲେ କବ୍ରସ୍ଥାନ ନିର୍ମାଣ କରାଯିବାର ଥିଲା। ଏହି ବିଲ୍‌ରେ କ’ଣ ଲେଖାଯାଇଛି, ସେ ବିଷୟରେ କହିବାକୁ ଚାହୁଁନାହିଁ। କିନ୍ତୁ ପ୍ରତି ରାଜ୍ୟରେ ଥିବା ୱାକଫ୍ ବୋର୍ଡକୁ ସଂଖ୍ୟାଲଘୁ ମୁସଲମାନମାନେ ପରିଚାଳନା କରୁଛନ୍ତି। ସ୍ଥାନରେ ବିଭ୍ରାଟ ଦେଖାଯାଇଛି। କିଛି ସ୍ଥାନରେ ଜମି ହଡ଼ପ କରାଯାଉଛି। ଏହି ବିଭ୍ରାଟର ସମାଧାନ କରାଯିବାର ଆବଶ୍ୟକତା ଅଛି।

ବିଜେଡି ନେତା ଶ୍ରୀ ଖାନ୍ କହିଛନ୍ତି, ଏହି ବିଲ୍କୁ ନେଇ ପୂରା ଦେଶରେ ମୁସଲିମ୍‌ମାନେ ଚିନ୍ତାରେ ଅଛନ୍ତି। ଆମର ଆଭ୍ୟନ୍ତରୀଣ ମାମଲାରେ ସରକାର ହସ୍ତକ୍ଷେପ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ସେଥି ପାଇଁ ଅନେକ ସ୍ଥାନରେ ଧାରଣା ଦିଆଯାଉଛି ଓ ଆନ୍ଦୋଳନ କରାଯାଉଛି। ବର୍ଷ ୨୦୧୪ରେ ମୋଦୀ ଯେତେବେଳେ କ୍ଷମତାକୁ ଆସିଥିଲେ, ସବ୍‌କା ସାଥ, ସବ୍‌କା ବିଶ୍ୱାସ ଓ ସବ୍‌କା ବିକାଶ କହିଥିଲେ। କିନ୍ତୁ ଏବେ ସେହି ନୀତି ପାଳନ କରାଯାଉ ନାହିଁ। ସରକାର ମୁସଲମାନଙ୍କ ପ୍ରତି ଭେଦଭାବ କରୁଛନ୍ତି। କୌଣସି ଧର୍ମ ଉପରେ ଅନ୍ୟ କେହି ହସ୍ତକ୍ଷେପ ନକରିବା ପାଇଁ ବାବା ସାହେବ ଆମ୍ବେଦକର କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking