29.1 C
Bhubaneswar
Saturday, October 5, 2024
Homeଓଡିଶାକ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ..

କ୍ରୋଧ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ୱର : କ୍ରୋଧରେ କୁହାଯାଉଥିବା କଥାଗୁଡିକ ପ୍ରାୟତ ଲୋକଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରେ । କିଛି କିଛି ଲୋକ ଛୋଟ ଜିନିଷ ଉପରେ ନିଜର କ୍ରୋଧ ହରାନ୍ତି ଏବଂ ପରେ ପରେ ଅନୁତାପ କରନ୍ତି । ଛେଟେ ଛୋଟ କଥାରେ ରାଗି ଯାଉଥିବା ମଣିଷ ବହୁତ୍ ହଇରାଣରେ ପଡନ୍ତି । ଏହା ସହ ଲୋକମାନେ ରାଗିଯିବା ପରେ ସଙ୍ଗେ ସଙ୍ଗେ ଭୁଲ ଡିସିସନ୍ ନେଇଯାଆନ୍ତି । ଯେଉଁଥି ପାଇଁ ପରିବାର ଲୋକେ ମଧ୍ୟ ଚିନ୍ତାରେ ପଡନ୍ତି । କଥାରେ ଅଛି କ୍ରୋଧ ମଣିଷକୁ ମାରିଦିଏ । ରାଗୁଥିବା ମଣିଷ ସବୁ ସମୟରେ ଚିଡଚିଡ୍ ହୋଇଥାନ୍ତି । ଟିକେ ଟିକେ କଥାରେ ରାଗିଯାଆନ୍ତି, ଯାହା ସାମ୍ନା ଲୋମଙ୍କୁ ବହୁତ୍ ଖରାପ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ଏଥିଯୋଗୁ ଶରୀର ଉପରେ ଖୁବ୍ ପ୍ରଭାବ ମଧ୍ୟ ପଡିପାରେ । ଯଦି ଆପଣଙ୍କ କ୍ଷେତ୍ରରେ ଏପରି ହେଉଛି, ତାହେଲେ ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହା ଦ୍ୱାରା ଆପଣ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିବେ ।

ଚୁପ୍ ରହିବା ପାଇଁ ଚେଷ୍ଟା କରନ୍ତୁ :
ଯେତେବେଳେ ଆପଣ ଅଧିକ କ୍ରୋଧିତ ହେଉଛନ୍ତି ସେତେବେଳେ ଆପଣ ଚୁପ୍ ରହିବାକୁ ଚେଷ୍ଟା କରନ୍ତୁ । କ୍ରୋଧିତ ହେଲେ ନିଜକୁ ଶାନ୍ତ କରିବା ପାଇଁ ଆପଣଙ୍କ ମାଇଣ୍ଡକୁ ପ୍ରଥମେ ଡାଇଭଟ୍ କରିବା ଉଚିତ୍ । ଏହା ସହ ଯଦି କ୍ରୋଧରେ ଅନ୍ୟ ଜଣଙ୍କୁ ଗାଳି କରୁଛନ୍ତି, ତେବେ ଆପଣକିଛି ସମୟ ପାଇଁ ତାଙ୍କଠାରୁ ଦୂରେଇ ଯାଆନ୍ତୁ ଆପଣଙ୍କ ମନ ଶାନ୍ତ ରହିବ ।

ମ୍ୟୁଜିକ୍ ଶୁଣନ୍ତୁ :
ଯଦି ଆପଣ ତୁରନ୍ତ ଆପଣଙ୍କ କ୍ରୋଧକୁ କମ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ମ୍ୟୁଜିକ୍ ଶୁଣିବା ଆରମ୍ଭ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ । ମନେରଖନ୍ତୁ ଯେ, ଅଧିକ ଲାଉଡ୍ ସାଉଣ୍ଡରେ ମ୍ୟୁଜିକ୍ ଶୁଣିବେ ନାହିଁ ନଚେତ୍ ଆପଣଙ୍କ କ୍ରୋଧ କମିବା ବଦଳରେ ବଢ଼ିବାକୁ ଲାଗିବ । ଆପଣ ମ୍ୟୁଜିକ୍ ଲୋ’ସାଉଣ୍ଡରେ ଶୁଣିବା ଦ୍ୱାରା ଆପଣଙ୍କ କ୍ରୋଧକୁ ବହୁ ପରିମାଣରେ କମ୍ କରିପାରିବେ । ଆପଣମାନେ ଜାଣିଥିବେ ଆମକୁ ଯେତେବେଳେ ଭଲ ଲାଗିନଥାଏ ଆମେ ପ୍ରାୟତ ମ୍ୟୁଜିକ୍ ଶୁଣିଥାନ୍ତି । ଯାହା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ । ତେବେ ଆପଣ କ୍ରୋଧିତ ସମୟରେ ଖାଲିି ନବସି ମ୍ୟୁଜିକ୍ ଶୁଣିବା ଆରମ୍ଭ କରନ୍ତୁ ।

ପ୍ରତିଦିନ ଧ୍ୟାନ କରନ୍ତୁ :
ଯଦି ଆପଣଙ୍କ କ୍ରୋଧକୁ ସବୁଦିନ ପାଇଁ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧ୍ୟାନକୁ ଦୈନିକ କାର୍ଯ୍ୟରେ ଅନ୍ତଭୁର୍କ୍ତ କରିବା ଉଚିତ୍ । ପ୍ରତିଦିନ ଧ୍ୟାନ କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ହୋଇଥାଏ ଏହା ସହ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣ ବିଚଳିତ ହେବେନାହିଁ ଏବଂ ନିଜକୁ ସ୍ଥିର ରଖିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking