26.1 C
Bhubaneswar
Tuesday, December 23, 2025
Homeଓଡିଶାରାଜ୍ୟପାଳଙ୍କ ସ୍ୱୀକୃତିକୁ ଅପେକ୍ଷା: ମନ୍ତ୍ରୀ

ରାଜ୍ୟପାଳଙ୍କ ସ୍ୱୀକୃତିକୁ ଅପେକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଏନଏସି ଓ ମୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା ହେବ । କହିବା ଅନୁଯୟୀ ୨୮ଟି ଏନଏସି ଘୋଷଣା କରାଯିବ । ବର୍ତ୍ତମାନ ୪ଟି ମ୍ୟୁନିସିପାଲଟି ଘୋଷଣା ହୋଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ଅନୁଯାୟୀ ଘୋଷଣା କରାଯାଇଛି । ଆଗକୁ ଅନ୍ୟ ମ୍ୟୁନିସିପାଲଟି ନାଁ ଘୋଷଣା ହେବ । ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଘୋଷଣା କରାଯିବ । ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି ସାରା ରାଜ୍ୟରେ ୨୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପ୍ରତିଷ୍ଠା ଘୋଷଣା କରିଥିଲେ । ପଲ୍ଲାହାରା, ସିମୁଲିଆ, ସୋହେଲା, ତିହିଡି, ଧୂସୁରୀ, ସାଲିପୁର, ବଡମ୍ବା, ନରସିଂହପୁର, ଗୋଣ୍ଡିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନାର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେଟନୋଟି, ବାଙ୍ଗ୍ରିପୋସି, ଚିତ୍ରଡା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲି ଏବଂ ବୀରମହାରାଜପୁରକୁ ଆନୁଷ୍ଠାନିକ ଭାବରେ ଏନଏସି ଭାବରେ ନାମିତ କରାଯାଇଛି। ସେହିପରି, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ଗଞ୍ଜାମ ଜିଲ୍ଲାର ଭଞ୍ଜାନଗର, କାବିସୁରିଆନଗର, ପୋଲାସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ନୂତନ ପୌରପାଳିକା ଗଠନ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଥିଲା । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking