19.1 C
Bhubaneswar
Monday, February 2, 2026
Homeଜାମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନଭୋଟ୍ ଦେଉଛି ଜମ୍ମୁ-କଶ୍ମୀର, ୨୪ ସିଟ୍‌ରେ ଚାଲିଛି ମତଦାନ

ଭୋଟ୍ ଦେଉଛି ଜମ୍ମୁ-କଶ୍ମୀର, ୨୪ ସିଟ୍‌ରେ ଚାଲିଛି ମତଦାନ

ଜମ୍ମୁ କଶ୍ମୀର : ଭୋଟ୍ ଦେଉଛି ଜମ୍ମୁ କଶ୍ମୀର। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ ଓ କଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ। ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି। ପ୍ରାୟ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେଉଛି।

୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି। ଏହା ଭିତରେ ରହିଛି କଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬। ସେହିପରି ଜମ୍ମୁ ଡିଭିଜନର ରାମବନ, କିସ୍ତୱାଡ଼ା ଓ ଡୋଡାର ୮ ବିଧାନସଭା ସିଟ୍। ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩ ଲକ୍ଷ ୨୭ ହଜାର ଭୋଟର। ଏଥିପାଇଁ ମୋଟ୍ ୩ହଜାର ୨୭୬ ବୁଥ୍ କରାଯାଇଥିବା ବେଳେ ୧୪ହଜାର ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଓ ଶେଷ ତଥା ତୃତୀୟ ପର୍ଯ୍ୟାୟ ଭୋଟ୍ ଅକ୍ଟୋବର ୧ରେ ହେବ। ଆସନ୍ତା ଅକ୍ଟୋବର ୮ ତାରିଖରେ ଜଣାପଡିବ କିଏ ମାରିବ ବାଜି। ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପାଇଁ ଲିଟମସ୍ ଟେଷ୍ଟ। ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking