17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଭୋଟ୍‌ : ୨୩ରେ ଫଳାଫଳ

ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଭୋଟ୍‌ : ୨୩ରେ ଫଳାଫଳ

ନୂଆଦିଲ୍ଲୀ : ଆଜି ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ପାଇଁ ଭୋଟ୍ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଆଜି ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ମତଦାନ ହେଉଛି। ଝାଡଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ବି ମତଦାନ ଆରମ୍ଭ ହୋଇଛି। ମହାରାଷ୍ଟ୍ର ନିର୍ବାଚନରେ ରାଜ୍ୟର ୯.୭ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ୧ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ମହାରାଷ୍ଟ୍ର ନିର୍ବାଚନରେ ୪୧୩୬ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨୦୮୬ ଜଣ ସ୍ବାଧୀନ ପ୍ରାର୍ଥୀ। ନିର୍ବାଚନ ଲଢୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ, ଆଦିତ୍ୟ ଠାକରେ, ମିଲିନ୍ଦ ଦେଓରା, ନୱାବ ମଲିକ, ଅଜିତ୍ ପୱାର, ରୋହିତ ପାଟିଲ।

ଝାଡଖଣ୍ଡର ଦ୍ବିତୀୟ ନିର୍ବାଚନରେ ୫୨୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରୁ ୪୭୨ଜଣ ପୁରୁଷ, ୫୫ଜଣ ମହିଳା ଓ ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ, ବିରୋଧୀ ଦଳ ନେତା ଅମନ କୁମାର ବାଉରି। ତେବେ ଝାଡଖଣ୍ଡର ୩୧ଟି ମତଦାନ କେନ୍ଦ୍ରରେ ଅପରାହ୍ଣ ୪ଟାରେ ଭୋଟ ଗ୍ରହଣ ଶେଷ ହେବ। ମହାରାଷ୍ଟ୍ର ଓ ଝାଡଖଣ୍ଡ ବ୍ୟତୀତ ଉତ୍ତରପ୍ରଦେଶର ୯, ପଞ୍ଜାବର ୪ ଓ କେରଳର ଗୋଟିଏ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି। ନଭେମ୍ବର ୨୩ରେ ସମସ୍ତ ଆସନରେ ଭୋଟ ଗଣତି ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking