27.1 C
Bhubaneswar
Monday, December 8, 2025
Homeଦେଶ ବିଦେଶବ୍ରିଟେନ୍‌ରେ ୧୬ ବର୍ଷକୁ କମିବ ଭୋଟଦାନ ବୟସ

ବ୍ରିଟେନ୍‌ରେ ୧୬ ବର୍ଷକୁ କମିବ ଭୋଟଦାନ ବୟସ

ବ୍ରିଟେନ୍‌: ବ୍ରିଟେନରେ ଭୋଟଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ ପାଇବ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବ୍ରିଟେନର ଲେବର ପାର୍ଟି ସରକାର । ସବୁଠୁ ବଡ଼କଥା ହେଉଛି ଦୀର୍ଘ ୫୬ ବର୍ଷ ପରେ ବ୍ରିଟେନ୍‌ରେ ଦ୍ୱିତୀୟ ଥର ପାଇଁ ଭୋଟଦାନ ବୟସ ସୀମାକୁ ହ୍ରାସ କରାଯାଉଛି । ଏହାପୂର୍ବରୁ ୧୯୬୯ରେ ବ୍ରିଟେନରେ ଭୋଟଦାନ ବୟସକୁ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରାଯାଇଥିଲା । ୨୦୨୪ରେ ଅନୁଷ୍ଠିତ ବ୍ରିଟେନ ସାଧାରଣ ନିର୍ବାଚନରେ ଲେବର ପାର୍ଟି ଭୋଟଦାନ ବୟସ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ବ୍ରିଟେନବାସୀ ଗ୍ରହଣ କରିଥିଲେ ।

ସୁତରାଂ କ୍ଷମତାସୀନ ଲେବର ପାର୍ଟି ଏବେ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପୂର୍ବକ ଭୋଟ୍‌ଦାନ ବୟସ ୧୮ରୁ ୧୬ ବର୍ଷକୁ ହ୍ରାସ କରିବାକୁ ଯାଉଛି । ପ୍ରକାଶ, ଏବେ ଇକ୍ୱେଡର, ବ୍ରାଜିଲ, ଅଷ୍ଟ୍ରିଆ ପ୍ରଭୃତି ଦେଶରେ ସର୍ବନିମ୍ନ ଭୋଟଦାନ ବୟସ ୧୬ ବର୍ଷ ରହିଛି । ବ୍ରିଟେନ୍ ଅନ୍ତର୍ଗତ ସ୍କଟଲାଣ୍ଡ ଓ ୱେଲ୍ସରେ ପୌର ଓ ଆଞ୍ଚଳିକ ନିର୍ବାଚନରେ ସର୍ବନିମ୍ନ ଭୋଟଦାନ ବୟସ ୧୬ ବର୍ଷ ରହିଛି । ଏହି ନିଷ୍ପତ୍ତି ସହିତ, ସରକାର ଭୋଟର ପରିଚୟପତ୍ର ପାଇଁ ଏକ ନୂତନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ବ୍ୟାଙ୍କ କାର୍ଡ ଏବଂ ଭେଟେରାନ କାର୍ଡ ( ଅବସରପ୍ରାପ୍ତ ସେନା କର୍ମଚାରୀ କାର୍ଡ)କୁ ମଧ୍ୟ ମାନ୍ୟତା ଦିଆଯିବ । ଏହା ଅଧିକ ଲୋକଙ୍କ ପାଇଁ ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ସହଜ କରିବ । ଏତଦ୍‌ବ୍ୟତୀତ, ନିର୍ବାଚନ ପ୍ରାର୍ଥୀଙ୍କ ଦ୍ୱାରା ବିଦେଶୀ ହସ୍ତକ୍ଷେପ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ବ୍ରିଟେନ୍ ସରକାର କଠୋର ନିୟମ ଆଣିବା ଦିଗରେ ମଧ୍ୟ କାମ କରୁଛନ୍ତି । ସରକାର ଭୋଟର ପଞ୍ଜୀକରଣକୁ ଅଧିକ ସ୍ୱୟଂଚାଳିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଏହାଦ୍ୱାରା ସରକାରୀ ସେବାଗୁଡ଼ିକରେ ବାରମ୍ବାର ସୂଚନା ଦେବାକୁ ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking