17.1 C
Bhubaneswar
Wednesday, February 4, 2026
Homeଓଡିଶା'ଭୋଟ୍ ଚୋର ଗାଦି ଛାଡ' ଦସ୍ତଖତ ଅଭିଯାନ ତ୍ବରାନ୍ବିତ

‘ଭୋଟ୍ ଚୋର ଗାଦି ଛାଡ’ ଦସ୍ତଖତ ଅଭିଯାନ ତ୍ବରାନ୍ବିତ

ଭୁବନେଶ୍ୱର: ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏଣୁକରି ରାଜ୍ୟରେ ଗତ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ‘ଭୋଟ୍ ଚୋର, ଗାଦି ଛାଡ’ ଦସ୍ତଖତ ଅଭିଯାନ ତ୍ବରାନ୍ବିତ ହେବ ବୋଲି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ରବିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ଦେଶବ୍ଯାପୀ ଏହି କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ଅଗଣିତ କଂଗ୍ରେସ ନେତା ଓ କର୍ମୀ ମୋଟ୍ ୫ କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ କରିବେ। ଗଣତନ୍ତ୍ରର ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଏହି ଦସ୍ତାବିଜକୁ ଆସନ୍ତା ୧୫ ଅକ୍ଟୋବର ଭାରତର ରାଷ୍ଟ୍ରପତି ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ନେତୃବୃନ୍ଦ ଦାଖଲ କରିବେ। ଏହି ଏହି କ୍ରମରେ ଓଡିଶାରେ ଆସନ୍ତା ୧୨ ଅକ୍ଟୋବର ସୁଦ୍ଧା ୨୦ ଲକ୍ଷ ଦସ୍ତଖତ ସଂଗ୍ରହ ହେବ। ଦଳର ସମସ୍ତ କର୍ମକର୍ତ୍ତା, ନେତା ଓ କର୍ମୀ, ଛାମୁଆ ସଙ୍ଗଠନ ଓ ବିଭାଗର ମୁଖ୍ୟମାନେ ସକ୍ରିୟ ସଂପୃକ୍ତି ଦେଖାଇ ଏହି ପ୍ରକ୍ରିୟାରେ ସାମିଲ୍ ହେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିବେଦନ କରିଥିବା ଶ୍ରୀ ଦାସ କହିଛନ୍ତି।

ଏଆଇସିସିର ଏହି କାର୍ଯ୍ୟକ୍ରମ ଚାଲିବା ଭିତରେ ଆସନ୍ତା ୨ ଅକ୍ଟୋବର ଠାରୁ ଓଡିଶାରେ ବର୍ଷବ୍ୟାପୀ ‘ଗାନ୍ଧୀ ପଥେ ଓଡିଶା’ ପଦଯାତ୍ରା ଆରମ୍ଭ ହେବ ବୋଲି ଗଣମାଧ୍ୟମ ମୁଖ୍ୟ ସୂଚନା ଦେଇଛନ୍ତି। ସେଦିନ ପିସିସି ସଭାପତି ଭକ୍ତ ଚରଣ ଦାସ ମାଲକାନଗିରିର ମୋଟୁଠାରୁ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ। ନାରୀ ନ୍ୟାୟ ଅଧିକାର ପାଇଁ ୩ ତାରିଖ ମଧ୍ୟ ପଦଯାତ୍ରାର ପ୍ରଥମ ଦଫା ଚାଲୁରହିବ। ତେବେ ନୂଆପଡା ଉପନିର୍ବାଚନ ପରେ ପଦଯାତ୍ରା ପୁଣି ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାୟାନୁକ୍ରମେ ଦିନକୁ ୧୫-୨୦ କି.ମି. ପଦଯାତ୍ରା ଆୟୋଜିତ ହେବ। ଏ ନେଇ ବିସ୍ତୃତ କାର୍ଯ୍ୟସୂଚୀ ଓ ରୋଡମ୍ୟାପ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking