25.1 C
Bhubaneswar
Wednesday, March 25, 2026
Homeଓଡିଶାଆତଙ୍କବାଦ ବିରୋଧରେ ସ୍ୱର ସଦାବେଳେ ସଶକ୍ତ ହେବ: ବିଜେଡି

ଆତଙ୍କବାଦ ବିରୋଧରେ ସ୍ୱର ସଦାବେଳେ ସଶକ୍ତ ହେବ: ବିଜେଡି

– ସେନାର ମନୋବଳ ବୃଦ୍ଧି ପାଇଁ ବିଜେଡିର ବିଶାଳ ତ୍ରିରଙ୍ଗା ଯାତ୍ରା
– ଭାରତୀୟ ସେନାର ଉତ୍ସର୍ଗୀକୃତ ସେବାକୁ ନମନ

ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ହତ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଓ ଭାରତ ଉପରେ ମିଜାଇଲ ଓ ଡ୍ରୋନ ଆକ୍ରମଣ କରୁଥିବା ପାକିସ୍ତାନକୁ ଭାରତୀୟ ଯବାନ ମୁହଁତୋଡ଼ ଜବାବ ଦେଇଛନ୍ତି । ଉତ୍ସର୍ଗୀକୃତ ମନୋଭାବ ସହ ଯବାନମାନଙ୍କ ନିଷ୍ଠା ଓ ପରାକାଷ୍ଠା ପାଇଁ ପାକିସ୍ତାନର ସମସ୍ତ ଆକ୍ରମଣ ଉଦ୍ୟମ ପଣ୍ଡ ହେବା ସହ ପଛଘୁଞ୍ଚା ଦେଇଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତୀୟ ଯବାନ ମାନଙ୍କ ମନୋବଳ ବଢ଼ାଇବା ପାଇଁ ବିଜୁ ଜନତା ଦଳ ତରଫରୁ ଆଜି ରାଜମହଲ ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ଯାତ୍ରାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ବହୁ ସଂଖ୍ୟାରେ ଯୁବ, ଛାତ୍ର ଓ ମହିଳା ସାମିଲ ହୋଇଥିଲେ ।

ତ୍ରିରଙ୍ଗା ଯାତ୍ରା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଦଳର ଉପସଭାପତି ତଥା ରାଜ୍ୟ ବରିଷ୍ଠ ଗଣମାଧ୍ୟମ ସଂଯୋଜକ ଶ୍ରୀ ପ୍ରତାପ ଜେନା, ଉପସଭାପତି ତଥା ପିଏସି ସଦସ୍ୟ ଶ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ବିଧାୟକ ସର୍ବଶ୍ରୀ ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ରମେଶ ବେହେରା, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନବ କିଶୋର ସେଠୀ, ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ସର୍ବଶ୍ରୀ ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଉମାକାନ୍ତ ସାମନ୍ତରାୟ, ଶ୍ରୀ ଗଣେଶ୍ୱର ପାତ୍ର, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ମନ୍ମଥ ରାଉତରାୟ, ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଶ୍ରୀ ଧୃତୀ ରଞ୍ଜନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking