27.1 C
Bhubaneswar
Sunday, March 30, 2025
Homeଓଡିଶାନିଲମ୍ବିତ ହେଲେ ଭିସୁଟ୍‌ର ସହଯୋଗୀ ପ୍ରଫେସର

ନିଲମ୍ବିତ ହେଲେ ଭିସୁଟ୍‌ର ସହଯୋଗୀ ପ୍ରଫେସର

ସମ୍ବଲପୁର: ନିଲମ୍ବିତ ହେଲେ ଭିସୁଟ୍‌ର ସହଯୋଗୀ ପ୍ରଫେସର । ହ୍ୟୁମାନିଟିଜ୍ ବିଭାଗର ସ‌ହ‌ଯୋଗୀ ପ୍ରଫେସର ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି କୁଳପତି । ଲଗାତର ଭାବେ ପାଠପଢ଼ାଇବା ପାଇଁ କ୍ଲାସକୁ ନ ଆସିବା ଓ ନିଶାଶକ୍ତ ହୋଇ କାର୍ଯ୍ୟାଳୟକୁ ଆସିବା ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହିଁ । ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ନିଶାସେବନ କରି ଆସୁଥିବାରୁ ତାଙ୍କ ବିରୋଧରେ କେତେକ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ । ସମସ୍ତ ଅଭିଯୋଗ ଆଧାରରେ ପ୍ରଫେସରଙ୍କୁ ନଲମ୍ବନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking