ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର , ଦେବୀ ସୁଭଦ୍ରାଙ୍କ ସହିତ ପ୍ରଭୁ ସୁଦର୍ଶନଙ୍କ ସାର୍ୱଜନୀନ ଦର୍ଶନ ୫ ଘଣ୍ଟା ପାଇଁ ଅସ୍ଥାୟୀ ଭାବରେ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଆଜି ରାତିରେ ପ୍ରାୟ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶ ନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ସମାପ୍ତ ହେବା ପରେ ରାତି ପ୍ରାୟ ୯ଟାରୁ ଭୋର ୨ଟା ପଯ୍ୟନ୍ତ ଦେବତାମାନଙ୍କର ସାର୍ୱଜନୀନ ଦର୍ଶନ ବନ୍ଦ ରହିବ । ତାପରେ ବନକ ନୀତି ରୀତିନୀତି ସମାପ୍ତ ହେବା ପରେ ଅର୍ଥାତ ରାତି ୨ଟା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ସନ କରିପାରିବେ ବୋଲି ସୂଚନା ମିଳିଛି ।










