18.1 C
Bhubaneswar
Thursday, December 18, 2025
Homeଅପରାଧଆଇସକ୍ରିମ୍ ପାର୍ଲରରେ ଚଢାଉ ; ୨ ଗିରଫ

ଆଇସକ୍ରିମ୍ ପାର୍ଲରରେ ଚଢାଉ ; ୨ ଗିରଫ

ହାଇଦ୍ରାବାଦ : ଅବକାରୀ ବିଭାଗ ଆଇସକ୍ରିମ୍ ପାର୍ଲରକୁ ଚଢାଉ କରି ପାର୍ଲରକୁ ସିଜ୍ କରିଛି । ହ୍ୱିସ୍କି ଲେସ୍ ଆଇସକ୍ରିମ୍ ବିକ୍ରୟ ଅଭିଯୋଗ ପରେ ଚଢାଉ କରାଯାଇଥିଲା।ସୂଚନା ଅନୁସାରେ, ହାଇଦ୍ରାବାଦ ଜୁବଲି ହିଲ୍ସ ଅଞ୍ଚଳରେ ଥିବା ଏକ ଆଇସକ୍ରିମ ପାର୍ଲରେ ହ୍ୱିସ୍କି ମିଶ୍ରଣ କରାଯାଉଥିଲା। ୬୦ ଗ୍ରାମ ଆଇସକ୍ରିମରେ ୧୦୦ ମିଲିଲିଟିର ହ୍ୱିସ୍କି ମିଶ୍ରଣ କରି ଅଧିକ ଦାମରେ ବିକ୍ରି କରାଯାଉଥିଲା। ଏନେଇ ଖବର ପାଇ ଆଜି ଅବକାରୀ ବିଭାଗ ପାର୍ଲରରେ ଚଢାଉ କରିଥିଲା। ପାର୍ଲରରୁ ପ୍ରାୟ ୧୧.୫୦ କିଲୋଗ୍ରାମ ହ୍ୱିସ୍କି ଆଇସ୍କ୍ରିମ୍ ଜବତ କରାଯିବା ସହ ଦୋକାନକୁ ସିଜ୍ କରାଯାଇଛି। ଏହି ମାମଲାରେ ଆଇସକ୍ରିମ ପାର୍ଲରର ମାଲିକ ଦୟାକର ରେଡ୍ଡୀ ଏବଂ ଶୋଭନଙ୍କୁ ଗିରଫ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking