18.1 C
Bhubaneswar
Saturday, December 27, 2025
Homeଓଡିଶାଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ 

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ 

ଯାଜପୁର: ଶୁକ୍ରବାର ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ରହି ଜିଲ୍ଲାରେ ଚଳିତ ବର୍ଷ ଚାଷୀମାନଙ୍କ ଠାରୁ କିପରି ସୁରଖୁରରେ ଧାନ ସଂଗ୍ରହ କରାଯିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଖାଦ୍ୟ ଯୋଗାଣ ବିଭାଗ ବର୍ତ୍ତମାନ ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହକୁ ଗୁରୁତ୍ଵ ର ସହ ନେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ ରହିବେ। ୪/୫ ଟି ମଣ୍ଡିକୁ ନେଇ ଜଣେ ଜଣେ ସୁପରଭାଇଜର ରହିବେ। ଜିଲ୍ଲାପାଳମାନେ ଏହି କାର୍ଯ୍ୟର ତଦାରଖ କରିବେ। ମନ୍ତ୍ରୀମାନେ ୨ ଟି ଜିଲ୍ଲାର ଦାୟିତ୍ୱରେ ରହିବେ।

ଧାନମଣ୍ଡିର ଭିତ୍ତିଭୂମି ଓ ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ସବୁ ଜିଲ୍ଲାରେ ସମୀକ୍ଷା କରାଯାଉଛି। ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ। ସବୁକିଛି ସ୍ବଚ୍ଛତା ର ସହିତ କରାଯିବ କୌଣସି ମଧ୍ୟସ୍ଥତା କୁ ପ୍ରବେଶ କରାଯିବ ନାହିଁ। ଇ – କେ.ୱାଇ.ସି କାମ ଚାଲିଛି। ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି। ପ୍ରତ୍ୟେକ ଯାନର ଜି.ପି.ଏସ ବ୍ୟବସ୍ଥା ସହିତ ମଣ୍ଡିମାନଙ୍କରେ ସି.ସି.ଟି.ଭି କ୍ୟାମେରା ଲାଗିବ। ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ଅସାଧୁ ବେପାରୀଙ୍କୁ ସାହାଯ୍ୟ କରାଯିବ ନାହିଁ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବେ। ରାଜ୍ୟରେ ମଣ୍ଡି ଭିତ୍ତିଭୂମି ସୁଦୃଢ ପାଇଁ ୫୬୦ କୋଟି ଅର୍ଥ ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ମଣ୍ଡିରେ ସେଡ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ସହ ଚାଷୀମାନଙ୍କ ବସିବା ବ୍ୟବସ୍ଥା କରାଯିବ। ନୂଆ ମାନସିକତାରେ ନୂଆ ସରକାର କାର୍ଯ୍ୟ କରୁଛି। ଚାଉଳ ରିସାଇକ୍ଲିଙ୍ଗ କରାଯିବ ନାହିଁ।

ଟୋକନ୍ ର ଅବଧି ସରିଗଲେ ଏହାକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେଇଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ସବଡିଭିଜନ ରେ କୋଲଡ ଷ୍ଟୋରେଜ ନିର୍ମାଣ କରାଯିବାକୁ ଘୋଷଣା କରିଛନ୍ତି। ପ୍ରତ୍ୟେକ ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସୀ ର ଉତ୍କର୍ଷତା ଓ ମାତ୍ରା ତଦାରଖ କରିବାକୁ ବୈଧମାପ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢାଉ କରିବାକୁ ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ ଉପସ୍ଥିତ ରହି ଜିଲ୍ଲା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ କହିଲେ ଜିଲ୍ଲାରେ ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ୫୩,୧୭୭ ଚାଷୀ ପଞ୍ଜିକରଣ କରିଛନ୍ତି। ୧୨୭ ଟି କୃଷି ସମବାୟ ସମିତି (PACS) ଜରିଆରେ ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହ କାର୍ଯ୍ୟରେ ୩୫ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି।

ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଜିଲ୍ଲାରେ ନୂଆ ଗୋଦାମ ଗୃହର ଆବଶ୍ୟକତା ଓ ଅଧିକ ମିଲ ର ନିଯୁକ୍ତି ଉପରେ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ। ଜିଲ୍ଲାରେ ୧,୦୨,୦୦୦ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ୨୯ ଲକ୍ଷ କ୍ୱିଣ୍ଟାଲ ଧାନ ଅମଳ ହେବାର ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା ସୂଚନା ଦେଇଥିଲେ। ଏତଦ୍ ବ୍ୟତୀତ ଜିଲ୍ଲାରେ ପନିପରିବା, ଡାଲି ଜାତୀୟ ଫସଲ, ବାଦାମ ଓ ଆଖୁ ଚାଷ ହୋଇଥିବାର ସୂଚନା ଦେଇଥିଲେ। ଜିଲ୍ଲାରେ ୧୧୩ କୋଟି ଟଙ୍କା ଡି. ଏମ. ଏଫ୍ ପାଣ୍ଠିରେ ନିର୍ମାଣ ହେଉଥିବା ସାଇନ୍ସ ପାର୍କ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, ଯୋଗାଣ ବିଭାଗ ଅତିରିକ୍ତ ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର ଯୋଗାଣ ନିରୀକ୍ଷକ, ଏ.ଆର.ସି.ଏସ, କୃଷି ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking