27.1 C
Bhubaneswar
Wednesday, June 18, 2025
Homeଓଡିଶାଭିଜନ ଡକୁମେଣ୍ଟ ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍ ଏବଂ ଏହା ଆମ ଭବିଷ୍ୟତ ପିଢିଙ୍କ...

ଭିଜନ ଡକୁମେଣ୍ଟ ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍ ଏବଂ ଏହା ଆମ ଭବିଷ୍ୟତ ପିଢିଙ୍କ ପାଇଁ ଏକ ପ୍ରତିଶୃତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟ  ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ ସଂପର୍କିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଆଜି ରାଜ୍ୟ କନ୍ଭେନ୍ସନସେଣ୍ଟର, ଲୋକସେବା ଭବନ,ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀମୋହନଚରଣମାଝୀ ଯୋଗଦେଇ ଆଲୋଚନାରେ ଉପସ୍ଥିତ ବିଷୟଭିତ୍ତିକ ବିଶେଷଜ୍ଞ, ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ ଓବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ  ସମ୍ବୋଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ   ଯେ, ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ ।‘ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭’ ପାଇଁ ଆମର ରାଜ୍ୟବ୍ୟାପୀ ଆଲୋଚନା, ପର୍ଯ୍ୟାଲୋଚନା ସିରିଜ୍‍ର ଆଜି ଚୂଡାନ୍ତ ସ୍ତରରେ ପହଞ୍ଚିଛି ।ଏହି ଭିଜନ ଡକୁମେଣ୍ଟ ସାଢ଼େ ୪କୋଟି ଓଡ଼ିଆଙ୍କ ସ୍ୱପ୍ନର ଏକ ରୋଡମ୍ୟାପ୍।ଏହା ଆମ ଭବିଷ୍ୟତ ପିଢିଙ୍କ ପାଇଁ ଏକ ପ୍ରତିଶୃତି ।ଏହା ଆମ ସାମଗ୍ରିକ ଚିନ୍ତା ଓ ଚେତନାକୁ ବିଶ୍ୱସ୍ତରୀୟ କରିବା ପାଇଁ ଏକ ଅଭିଯାନ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।  ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଭାରତର ସବୁଠାରୁ ଲୋକପ୍ରିୟ ଜନନାୟକ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵାଧୀନ ସରକାର ଗତକାଲି ୧୧ ବର୍ଷ ପୂରଣ  ସହିତ ତୃତୀୟ ପାଳିର ପ୍ରଥମ ବର୍ଷପୂର୍ତ୍ତି ପାଳନ କରିଥିବା ପ୍ରକାଶ କରିଥିଲେ । ୧୧ ବର୍ଷ ମଧ୍ୟରେ ଲୋକଙ୍କ ଆଶା ଭରସା ଓ  ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମୋଦୀଜୀ ସମର୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମୋଦୀଜୀଙ୍କ ନେତୃତ୍ୱରେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି ବୋଲି ସେ ପ୍ରକାଶ କରିବା ସହ ସବୁଠାରୁ ବଡ ଉଲ୍ଲେଖନୀୟ ସଫଳତା ଭିତରେ  ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଦେଶ ସହିତ ସଂପୂର୍ଣ୍ଣ ଭାବେସମନ୍ୱିତ କରିବା, ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ ଉଚ୍ଛେଦ, ଦେଶରେ ଏକକ ଜିଏସଟିର ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବାମୋଦୀଜୀଙ୍କର କାର୍ଯ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ବିଭିନ୍ନ ଯୋଜନା ଯେପରିକି ଆୟୁଷ୍ମାନ ଭାରତ-ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ ଇତ୍ୟାଦି ଦେଶର ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନରେ ସ୍ଵାଚ୍ଛନ୍ଦ୍ୟ ଆଣିବାରେ ସମର୍ଥ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ତୃତୀୟ ପାଳିର ପ୍ରଥମ ବର୍ଷର ଶେଷ ଆଡକୁ, ଦେଶରେ ଆତଙ୍କବାଦର କଡା ଜବାବ ଦେବା ପାଇଁ ଗତ ପଚାଶ ବର୍ଷରେ ପଡୋଶୀ ଦେଶ ଭିତରେ ପଶି ଆତଙ୍କବାଦକୁ ସଫା କରିବା ପାଇଁ ‘ଅପରେଶନ ସିନ୍ଦୁର’ ପାଇଁ ମୋଦୀଜୀଙ୍କ  ନିର୍ଣ୍ଣୟ ଦେଶର ଇତିହାସରେ ଏକ ‘ନୂଆ ଅଧ୍ୟାୟ’ ଯୋଡା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।  ସାରା ବିଶ୍ୱରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ଭାରତ ସବୁଠାରୁ ଆଗରେ ଥିବା ବେଳେ ‘ଅପରେଶନ ସିନ୍ଦୁର’ କେବଳ ଏକ ନାଁ ନୁହେଁ, ଏହା ଦେଶର ସୁରକ୍ଷା ତଥା ଭାରତର କୋଟିକୋଟି ମାତା ଏବଂ ଭଉଣୀଙ୍କ ପାଇଁ ସମ୍ମାନର ଗ୍ୟାରେଣ୍ଟି ବୋଲି ମୁଖ୍ୟମନ୍ତ୍ରୀ  ପ୍ରକାଶ କରିଥିଲେ ।  ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଆଜି ଆମେ ସ୍ଵାଧୀନ ଭାରତର ଇତିହାସରେ ଏକ ଘଡିସନ୍ଧି ମୂହୁର୍ତ୍ତରେ ଛିଡା ହୋଇଛୁ। ପ୍ରାୟ ଦୁଇ ମାସ ପରେ  ସ୍ଵାଧୀନତା ପ୍ରାପ୍ତିର ୭୮ ବର୍ଷ ପୁରିବାକୁ ଯାଉଛି ଏବଂ ଆଉ ୨୨ ବର୍ଷ ପରେ ଆମେ ସ୍ଵାଧୀନତାର ଶତବାର୍ଷିକୀ ପାଳନ କରିବା। ଯେ କୌଣସି ଦେଶର ଇତିହାସରେ ଏକ ଶହ ବର୍ଷ ଏକ ସୁଦୀର୍ଘ ସମୟ ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷର ମୋଦୀ-ସରକାରଙ୍କ ସଫଳତା  ମଧ୍ୟରେ ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟଉଲ୍ଲେଖନୀୟ ରହିଛି । ଏହି ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତ ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି ଅର୍ଥାତ ଏହି ସମୟ ଭିତରେ ୨୬ କୋଟି ୯୦ ଲକ୍ଷ ଅର୍ଥାତ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ତାଡନାରୁ ମୁକ୍ତ ହୋଇଛନ୍ତି। ଏହି କାର୍ଯ୍ୟମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀଙ୍କ ଦୃଢ ନେତୃତ୍ଵ, ଦୁରଦୃଷ୍ଟିସମ୍ପନ୍ନ ନୀତି ଏବଂ ବିଭିନ୍ନ ସଂସ୍କାରମୂଳକ ନୀତି ଯୋଗୁଁ ସମ୍ଭବ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।  ଦେଶର ଏହି ଗ୍ରୋଥ ଷ୍ଟୋରିକୁ ଆଗକୁ ବଢାଇବା ପାଇଁ ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ମାନନୀୟ ମୋଦୀ ଜୀ ଯେଉଁ ବିକଶିତ ଭାରତ@୨୦୪୭ର ପରିକଳ୍ପନା କରିଛନ୍ତି ଏବଂ ସେହି ଅନୁସାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହେବ ଯଦି ରାଜ୍ୟମାନେ ବି ସଶକ୍ତ ହୋଇ ପାରିବେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ସାକାର କରିବା ପାଇଁ ଆମ ସରକାର ନିରନ୍ତର ଭାବେ ପ୍ରଥମ ଦିନରୁ କାର୍ଯ୍ୟ କରିଚାଲିଛନ୍ତି ଏବଂ ଏହାର ସୁଫଳ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସୂଚକାଙ୍କରେ ପ୍ରତିଫଳିତ ହେଉଛି।  ରାଜ୍ୟଗଠନରଶତବାର୍ଷିକୀପାଳନଅବସରରେ, ଆମ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଏକ ଉଚ୍ଚାଭିଳାଷୀ ସଂକଳ୍ପ ନେଇଛନ୍ତି।୨୦୪୭ ସୁଦ୍ଧା ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ। ଆଜିର ଏହି ଆଲୋଚନାଚକ୍ରରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ଗବେଷକଙ୍କର ସୁଚିନ୍ତିତ ପରାମର୍ଶ,  ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୀତିନିର୍ଦ୍ଧାରଣକରିବାକୁ ସହାୟକ ହେବ।

ଭିଜନ ୨୦୩୬ ଏବଂ ୨୦୪୭ ଡକୁମେଣ୍ଟ ହେଉଛି ଏକ ସମୃଦ୍ଧ ଓବିକଶିତ ଓଡ଼ିଶା ଗଠନ ପାଇଁ ଆମର ସଂକଳ୍ପ । ଆମେ ଏପରି ଏକ ଓଡ଼ିଶା ଗଠନ କରିବାକୁ ଚାହୁଁଛୁ,ଯାହା‘ବିକଶିତ ଭାରତ’ରେ ଏକ ଉଜ୍ଜ୍ୱଳ ତାରକାଭାବରେ ଉଦୀୟମାନ ହେବ। ସମୃଦ୍ଧି ଓଡିଶାର ବୃହତ୍ତର ଲକ୍ଷ୍ୟ ହେଉଛି, ରାଜ୍ୟକୁ ବର୍ତ୍ତମାନର ‘ବିକାଶଶୀଳ ରାଜ୍ୟ’ରୁ ‘ବିକଶିତ ରାଜ୍ୟ’ ରେ ପରିଣତ କରିବା। ଏହି ଲକ୍ଷ୍ୟର ପ୍ରଥମ ମାପଦଣ୍ଡ ହେବ ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଓଡିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚ ଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା। ଏହି ଲକ୍ଷ୍ୟ ସାଧନ ପାଇଁ ଆମର ରଣ କୌଶଳ କ’ଣ ହେବା ଉଚିତ ସେ ସମ୍ପର୍କରେ ସେ ଅବତାରଣା କରିଥିଲେ ।  ୫୦୦ ନିୟୁତ ଡଲାର ଅର୍ଥନୀତି ଆଡକୁ ଆମେ ଅଗ୍ରସର ହେବା ପାଇଁ  ଆମକୁ ଅତି କମରେ ଆସନ୍ତା ୧୧ ବର୍ଷର ପ୍ରତିବର୍ଷ ଦୁଇ ଅଙ୍କରେ ପ୍ରକୃତ ଅଭିବୃଦ୍ଧି ଆବଶ୍ୟକ। ଲକ୍ଷ୍ୟ   ନିଶ୍ଚିତ ଭାବେ ବଡ ହେଲେ ମଧ୍ୟ ଏହା ହାସଲ ସାପେକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏକ ‘କୃଷିଭିତ୍ତିକ ଅର୍ଥନୀତି’ରୁ ଓଡିଶାକୁ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବା,  କୃଷି ଉତ୍ପାଦନରେ କୌଣସି ପ୍ରକାର ପ୍ରଭାବ ନ ପକାଇ, ଏହା ହାସଲ କରିବା, ଶିକ୍ଷିତ ଯୁବ ବର୍ଗ କୃଷି କ୍ଷେତ୍ରରୁ ଶିଳ୍ପ ଏବଂ ସେବା କ୍ଷେତ୍ରକୁ ଆଣି ନିଯୋଜିତ କରିବା ପାଇଁ ହେଲେ, ସେମାନଙ୍କ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ ପ୍ରଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ଆମ ସରକାର ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଥିବା ପ୍ରକାଶ କରି  ଏହାର ପ୍ରଥମ ପ୍ରମାଣ ସ୍ୱରୂପ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଅପାର ସଫଳତାବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମାନ୍ୟବର  ପ୍ରଧାନମନ୍ତ୍ରୀଙ୍କ କ୍ଲାରିଆନ କଲ ,‘ୟେହି ସମୟ ହୈ, ସହି ସମୟ ହୈ’ ର ଫଳ ସ୍ୱରୂପ ମାତ୍ର ଦୁଇ ଦିନରେ ୧୭ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ପୁଞ୍ଜି ନିବେଶ ପାଇଁ ଦେଶ ବିଦେଶର ଉଦ୍ଯୋଗପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଉଦ୍ୟୋଗରେ ନିଯୁକ୍ତି ହେବାକୁ ଥିବା ପ୍ରାୟ ୧୩ ଲକ୍ଷ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦେଇ ଶିଳ୍ପ କ୍ଷେତ୍ରରେ ନିୟୋଜିତ ପାଇଁ ପ୍ରସ୍ତୁତ କରିବାକୁ ପଡିବ। କେବଳ ଆଇ.ଟି.ଆଇ. କିମ୍ବା ଡିପ୍ଲୋମା କରିଦେଲେ ସେମାନଙ୍କୁ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ମିଳିଯିବ ନାହିଁ, ବରଂ ବର୍ତ୍ତମାନ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ତେଣୁ, ସରକାର ଆଗାମୀ ଦିନରେ ସ୍କିଲ୍ଡ-ଇନ୍-ଓଡ଼ିଶାଅନ୍ତର୍ଗତ ରାଜ୍ୟର ଯୁବ ଶକ୍ତିଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହା ଫଳରେ ଶିଳ୍ପ କ୍ଷେତ୍ରକୁଆବଶ୍ୟକ ମାନବ ସମ୍ବଳ ନିରନ୍ତର ଭାବେ ମିଳିପାରିବ ।

ରାଜ୍ୟ କିମ୍ବା ଦେଶର ବିକାଶରେ ଭିତ୍ତିଭୂମିର ନିତାନ୍ତ ଆବଶ୍ୟକତା ସମ୍ପର୍କରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଭିତ୍ତିଭୂମି ନିର୍ମାଣ ରୋଜଗାର ସୃଷ୍ଟି କରିଥାଏ।  ତେଣୁ ଆମ ସରକାର ଚଳିତ ବଜେଟରେ ଏକ୍ଷେତ୍ରରେ ୬୫ ହଜାର ୦୧୨ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ରାଜ୍ୟ ମୋଟ ଘରୋଇ ଉତ୍ପାଦ(ଜିଡିପି) ର ୬.୧ ପ୍ରତିଶତ। ସମୃଦ୍ଧ ଓଡିଶାର ସ୍ୱରୂପରେ ଅର୍ଥନୈତିକ ପ୍ରଗତି ସହିତ ଆମ ସରକାର ସାମାଜିକ ପ୍ରଗତିକୁ ଅଧିକ ଗୁରୁତ୍ଵ ଦେଉଥିବା ସେ ପ୍ରକାଶ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ବାସଗୃହ, ମହିଳା ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ବିକାଶ କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି କରିବା ପାଇଁ ବୈପ୍ଳବିକ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” ଯୋଜନାକୁ ପରିକଳ୍ପନା କରାଯାଇଛି ଯାହା ପ୍ରାଥମିକ ଶିକ୍ଷାର ଦଶା ଓ ଦିଶାକୁ ସଂପୂର୍ଣ୍ଣ ଭାବେ ବଦଳାଇଦେବ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସୂଚକାଙ୍କ ଯେପରିକି ଶିଶୁ ଓ ମାତୃ ମୃତ୍ୟୁହାର,ମର୍ବିଡିଟି, ମ୍ୟାଲେରିଆ ଜନିତ ଜ୍ଵର ଏବଂ ମୃତ୍ୟୁ, ଅପପୁଷ୍ଟି ଏବଂ ରକ୍ତହୀନତା ପରି ସ୍ୱାସ୍ଥ୍ୟ ସୂଚକଙ୍କକୁ ଅତି କମରେ ଜାତୀୟ ହାରଠାରୁ ଉନ୍ନତି କରିବାକୁ ପଡିବ। ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହିଳାମାନେ  ପୁରା ଜନସଂଖ୍ୟାର ଅଧା ହୋଇଥିବାରୁ ସରକାର ସେମାନଙ୍କୁ କେବଳ ବିଭିନ୍ନ ଯୋଜନାର ‘ହିତାଧିକାରୀ’ ଭାବେ ବିଚାର ନ କରି ତାଙ୍କୁ ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ରାଜ୍ୟ ସରକାରର ସମୁଦାୟ ବଜେଟରୁ କେବଳ ମହିଳାଙ୍କ ପାଇଁ ଖର୍ଚ୍ଚ ହେବ ୮୯ ହଜାର ୮୬୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ସରକାର ସ୍ୱତନ୍ତ୍ର ଭାବେ ୬୮ ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସମୃଦ୍ଧ ଓଡିଶା ଗଠନ କେନ୍ଦ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ରେଖାଙ୍କିତ କରିଥିବା ଚାରି ଜାତି ଅର୍ଥାତ୍,‘ଗରିବ, ଅନ୍ନଦାତା, ଯୁବା ଏବଂ ମହିଳା’ ଆଦିର  ତାତ୍ପର୍ଯ୍ୟ  ସଂପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କ‘ଜନଭାଗିଦାରୀ’ତତ୍ତ୍ୱକୁଆଧାରକରିଆମେ ଭିଜନ ଡକୁମେଣ୍ଟ ପ୍ରସ୍ତୁତିରେ ଜନସାଧାରଣଙ୍କ ପରାମର୍ଶପାଇଁବ୍ୟବସ୍ଥାରଖିଥିଲୁ। ଭିଜନ ଡକ୍ୟୁମେଣ୍ଟ  ପାଇଁ ଓଡ଼ିଶାର ଜନସାଧାରଣ ଓ ପ୍ରବାସୀ ଓଡ଼ିଆମାନଙ୍କ ଠାରୁ ୩.୨ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିସାରିଛି। ଆମର ଭିଜନ ଡକୁମେଣ୍ଟ ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ହିଁ ପ୍ରସ୍ତୁତ କରାଯାଇଛି । ଏହି ଡକୁମେଣ୍ଟ ଜନଭାଗୀଦାରିର ଏକ ଉଜ୍ୱଳ ଉଦାହରଣ । ଏହି ଚକ୍ରରେ ହୋଇଥିବା ଗଠନମୂଳକ ଆଲୋଚନା ଦ୍ୱାରା ‘ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭ ’ନିମନ୍ତେ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରି ଏହାକୁ ଏକ ଚୂଡ଼ାନ୍ତ ରୂପ ଦେଇପାରିବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ଵାସ କରୁଥିବା ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ।

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବ ଏବଂ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆମେ ଲକ୍ଷ୍ୟ ରଖିଛୁ। ୨୦୪୭ ସୁଦ୍ଧା ବାର୍ଷିକ ୫ଲକ୍ଷ ନିଯୁକ୍ତି ଏବଂ ୧.୧କୋଟିରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରି ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶାର ଆଉ ଏକ ଦିଗ ହେଉଛି, ଓଡିଆ ଅସ୍ମିତା।ଓଡ଼ିଶାର ଇତିହାସ ଏବଂ ଗୌରବମୟ ସଂସ୍କୃତି ଉପରେ ସେ ଆଲୋକପାତ କରିଓଡ଼ିଆ ସଂସ୍କୃତି, ପରମ୍ପରା,ଓଡ଼ିଆ ଭାଷା,ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ବିକାଶ କରି ସମୃଦ୍ଧ ଓଡିଶା ଗଠନରେ ସାମାଜିକ ଓ ଅର୍ଥନୈତିକ ବିକାଶ ସହିତସଂସ୍କୃତିକ ଅଭ୍ୟୁଦୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ପ୍ରକାଶ କରିଥିଲେ ।୨୦୩୬ସୁଦ୍ଧାସମସ୍ତ ପ୍ରମୁଖକ୍ଷେତ୍ରଗୁଡ଼ିକରେ ବ୍ୟାପକ ଅଗ୍ରଗତି ଆଣିବା ପାଇଁ ୩୬ଟି‘ସର୍ବୋଚ୍ଚପ୍ରାଥମିକକାର୍ଯ୍ୟକ୍ରମ’ଚିହ୍ନଟକରାଯାଇଛି । ଆମର ଏହି ରଣନୈତିକପଦକ୍ଷେପର ନାଁ ହେଉଛି ‘୩୬ପାଇଁ୩୬’। ଏହି ରଣନୈତିକ ପଦକ୍ଷେପ ଜରିଆରେ ଓଡ଼ିଶାର ପରିବର୍ତ୍ତନ ଯାତ୍ରାକୁ ତ୍ୱରାନ୍ୱିତ କରିବା ଆମର ଲକ୍ଷ୍ୟହେବା ଉଚିତ୍ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସମୃଦ୍ଧ ଓଡିଶା  ଭିଜନ ଡକ୍ୟୁମେଣ୍ଟରେ ଥିବା କାର୍ଯ୍ୟକ୍ରମଗୁଡ଼ିକ  ଲକ୍ଷ୍ୟ ପୂରଣ କରିବାରେ କେତେଦୂର  ସମର୍ଥ ହୋଇଛି, ତାହାର ସମାନୁକ୍ରମରେ ମୂଲ୍ୟାୟନ, ଆବଶ୍ୟକସ୍ଥଳେ ଆବଶ୍ୟକୀୟ ପରିବର୍ତ୍ତନ, ଏହାର  ରୂପରେଖକୁ ଦୈନନ୍ଦିନ ଭାବେ ସହାୟତା ଦେବା ପାଇଁ ସରକାରଙ୍କ ପାଇଁ ଏକ ଥିଙ୍କଟ୍ୟାଙ୍କ ଅନୁଷ୍ଠାନ ରହିବା ପାଇଁ ଏହି ଦିଗରେ ଆମେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ( ଏନସିଡିଏସ୍ )କୁ  ଏକ ବିଶ୍ଵସ୍ତରୀୟ ସାମାଜିକ-ଅର୍ଥନୈତିକ ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ  ପ୍ରକାଶ କରିଥିଲେ ।  କର୍ମଶାଳାରେ ଉପସ୍ଥିତ ସମସ୍ତଙ୍କର ଅମୂଲ୍ୟପରାମର୍ଶଏହିଦସ୍ତାବିଜକୁଋଦ୍ଧିମନ୍ତକରିବାରେସହାୟକହେବ ଏବଂ ଏହାପରେ ଆମର ଏହି ଭିଜନ ଡକୁମେଣ୍ଟ ଚୂଡାନ୍ତ ରୂପ ପାଇବ । ଏଥିରେ ଯେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଗୁଡ଼ିକ ସ୍ଥାନ ପାଇବ, ସେଗୁଡ଼ିକର ସଫଳ ରୂପାୟନ ପାଇଁ ଏକ ଆକ୍ସନ ପ୍ଲାନ୍‍ ପ୍ରସ୍ତୁତ କରାଯାଇ ପାରିବ।ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ  ଆଜିର ଏହି ଆଲୋଚନା ଫଳପ୍ରଦ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ଵାସରଖିଛନ୍ତି ।

ଆଲୋଚନା ଚକ୍ରର ପ୍ରାରମ୍ଭିକ ଅଧିବେଶନରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀକନକବର୍ଦ୍ଧନସିଂହଦେଓ, ଯୋଗଦେଇ  ଶକ୍ତି ଉତ୍ପାଦନ, କୃଷିରେ ମୂଲ୍ୟଯୁକ୍ତ ଉତ୍ପାଦ ସହ  ଉତ୍ପାଦିତ ସାମଗ୍ରୀର ପରିବହନର ସୁବିଧା, ଆମ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତିଆଦି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି  କହିଥିଲେ । ବିକାଶ ପ୍ରତି ସକରାତ୍ମକ ଆଭିମୁଖ୍ୟ ରଖିବା, ଆମର ରହିଥିବା ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଖଣିଜ ସଂମ୍ପଦର ଉପଯୁକ୍ତ ବିନିଯୋଗ କରିବା ସହ  ବିକାଶ ଧାରାରେ ଓଡ଼ିଶାର ଜନସାଧାରଣଙ୍କୁ ରାଜ୍ୟ ତଥା ଦେଶର ବିକାଶରେ ସହଯୋଗୀ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମନୋଜ ଆହୁଜା ଯୋଗଦେଇ ଭିଜନ ଡକ୍ୟୁମେଣ୍ଟ-୨୦୩୬ ରେ ରହିଥିବା ଓଡ଼ିଶାର  ଦୃଷ୍ଟିକୋଣ ବିକଶିତଭାରତ-୨୦୪୭ଲକ୍ଷ୍ୟ ସାଧନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ସମ୍ପର୍କରେ ଏକ ଉପସ୍ଥାପନ କରିଥିଲେ । ଏହି ଉପସ୍ଥାପନାରେ ମୁଖ୍ୟଶାସନସଚିବବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ପ୍ରମୁଖ କାର୍ଯ୍ୟପ୍ରଣାଳୀ, ପୁଞ୍ଜିନିବେଶ ଧାରା, ଭିତ୍ତିଭୂମି ବିକାଶ, ଗବେଷଣା, ବୈଷୟିକ ଶିକ୍ଷା, ଦକ୍ଷ ଶାସନ ପରିଚାଳାନା,ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସାମାଜିକ ଅଭିବୃଦ୍ଧି ଏବଂ ମିଶନ୍ ମୋଡ୍ ରେ ଦୃତ ବିକାଶମୂଳକ ପରିବର୍ତ୍ତନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା ଚକ୍ରର ଉଦଘାଟନୀ ଅଭିଭାଷଣରେ ରାଜ୍ୟ ଉନ୍ନୟନ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକଏ ହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ଓ ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ପ୍ରସ୍ତାବ, ସହ ଭିଜନ ଡକ୍ୟୁମେଣ୍ଟର ସଫଳ ରୂପାୟନ ଦେବାରେ ଗୁରୁତ୍ୱ ବହନ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଉଦ୍ଘାଟନୀଅଧିବେଶନରେସାଧାରଣ  ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ଚକ୍ରରେବିଷୟ ବିଶେଷଜ୍ଞମାନଙ୍କୁ ନେଇ ଅନୁଷ୍ଠିତ ଆଲୋଚନା(ପ୍ୟାନେଲ୍ ଡିସ୍କସନ)ରେ ଭାରତସରକାରଙ୍କପ୍ରାକ୍ତନସଚିବ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓଡ଼ିଶା ଶ୍ରୀଯୁଗଳ କିଶୋର ମହାପାତ୍ର ଅଧ୍ୟକ୍ଷତା କରି ସୁଶାସନ ପାଇଁ କେତେକ ନିୟାମକରେ ପରିବର୍ତ୍ତନ, ବିକାଶ ପ୍ରକ୍ରିୟାରେ ଔଦ୍ୟୋଗିକ ବିକାଶ, ସମତୁଲ ବିକାଶ, ମାନବ ସମ୍ବଳକୁ ପୁଞ୍ଜି କରିବା, ସହରାଂଚଳ ବିକାଶ ସହିତ ସ୍ଥାନୀୟ ଅଂଚଳର ବିକାଶକୁ ପ୍ରାଧାନ୍ୟ ଦେବା ସଂପର୍କରେ ମତ ରଖିଥିଲେ ।

ସଦସ୍ୟ,ନୀତି ଆୟୋଗ ଶ୍ରୀରାଜୀବଗୌବା ଯୋଗଦେଇ କହିଥିଲେଯେ ୨୦୩୬ ସୁଦ୍ଧା ବିକଶିତଓଡ଼ିଶାଏବଂ୨୦୪୭ ସୁଦ୍ଧାବିକଶିତଭାରତରଲକ୍ଷ୍ୟ, ଓଡ଼ିଶାକୁ ବଡ଼ ସ୍ୱପ୍ନ ଦେଖିବାର ସୁଯୋଗ ଦେଇଛି । ବିକଶିତଓଡ଼ିଶା, ବିକଶିତଭାରତରସ୍ୱପ୍ନକୁସାକାର କରିବାର ଆଭିମୁଖ୍ୟ ସହିତ ଯୋଡି ହେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଆହ୍ୱାନକୁସଫଳ କରିବା ପାଇଁ ରାଜନୈତିକ ନେତୃବୃନ୍ଦ, ଶିକ୍ଷାବିତ୍, ନାଗରିକ ସମାଜ ଓ ସମସ୍ତଙ୍କ ସାମୁହିକ ଉଦ୍ୟମରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ସାକାର ହେବ ବୋଲି ସେମତ ବ୍ୟକ୍ତ କରିଥିଲେ।  ଆନୁଷ୍ଠାନିକବା ସଂସ୍ଥା ଗତ ସଂସ୍କାର ଗଠନ ଗତଢ଼ାଞ୍ଚା, ଔଦ୍ୟୋଗିକ ବିକାଶ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ ଯୋଜନା  ଓ ସେ ସବୁର ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ ହେଲେ ଅଭିବୃଦ୍ଧି ହାର ଦୃତଗତିରେ ବୃଦ୍ଧି ପାଇବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ନୀତି ଆୟୋଗର ଅନ୍ୟତମ ସଦସ୍ୟ ଡଃ. ବିନୋଦ ପାଲ ଯୋଗଦେଇ ଓଡ଼ିଶାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ତଥା ଦକ୍ଷତା ବିକାଶ କ୍ଷେତ୍ରକୁ  ଗୁରୁତ୍ୱ ଦେଇଥିଲେ ।  ସୁସ୍ଥ ଜୀବନ ଶୈଳୀ ରାଜ୍ୟ ତଥା ଦେଶର ଜନସାଧାରଣଙ୍କୁ  ଦୀର୍ଘାୟୁ କରିପାରିବ ଓ  ସେଥିପାଇଁ ବ୍ୟବସ୍ଥାରେ ଗୁଣାତ୍ମକ  ପରିଚାଳନା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ଆପେଲ, ଇଣ୍ଡିଆର ପରିଚାଳନା ନିର୍ଦ୍ଦୋକ ଶ୍ରୀବିରାଟ ଭାଟିଆ ଆଭାସୀ ମାଧ୍ୟମରେ ଆଲୋଚନା ଚକ୍ରରେ ଯୋଗଦେଇ ଇଲେକ୍ଟେ୍ରାନିକ୍ସ ଓ ମାନ୍ୟୁଫାକ୍ଚରିଂକ୍ଷେତ୍ରରେଓଡ଼ିଶାରେ ସୁଯୋଗ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ପ୍ରମୁଖ ଯୋଗଦାନ କରିବ ବୋଲି ପ୍ରକାଶ କରିଥିଲେ । ସ୍ୱଚ୍ଛଶକ୍ତି  ତଥା ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟ କରୁଥିବା ବିଶ୍ୱସ୍ତରୀୟ ଉଦ୍ୟମୀ ଅନୁଷ୍ଠାନ ‘ରିନ୍ୟୁ’ ରମୁଖ୍ୟକାର୍ଯ୍ୟନିର୍ବାହୀଅଧିକାରୀଶ୍ରୀସୁମନ୍ତସିହ୍ନା ଆଭାସୀ ମାଧ୍ୟମରେ ଯୋଗ ଦେଇ ୨୦୪୭ ସୁଦ୍ଧା  ଭାରତ ବିଶ୍ୱରେ ସ୍ୱଚ୍ଛ ଶକ୍ତିର ପାଓ୍ୱାର ହାଉସ ହେବ ବୋଲି ଉପସ୍ଥାପନ କରିଥିଲେ  । ସୌର ଶକ୍ତି, ଶିଳ୍ପ ଓ ମ୍ୟାନ୍ୟୁଫାକ୍ଚରିଂ କ୍ଷେତ୍ରରେ ସବୁଜ ଶକ୍ତିର  ଗୁରୁତ୍ୱ ଉପରେ ସେ ଆଲୋକପାତ କରି ଏଥିରେ  ୨୦୩୬ ସୁଦ୍ଧା ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ ।  ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରସଦସ୍ୟଡଃ.ଶମିକାରବି ଯୋଗଦେଇ ଓଡ଼ିଶାର ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ସୂଚକାଙ୍କରେ ବିଭିନ୍ନ କ୍ଷେତ୍ରରେ ଉଲ୍କେଖନୀୟ ଅଗ୍ରଗତି କରିଥିବା ପ୍ରକାଶ କରିବା ସହ  ଅର୍ଥନୈତିକ ଅଭିବୃଦ୍ଧି ଏବଂ ଓଡ଼ିଶାର ବିକାଶ ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

ଜାତୀୟସଫଟ୍ୱେର୍ ଏବଂସେବାକମ୍ପାନୀ (ନାସକମ୍) ରସଭାପତି ଶ୍ରୀରାଜେଶନାମ୍ବିଆର ଆଭାସୀ ମାଧ୍ୟମରେ ଯୋଗଦେଇ ଓଡ଼ିଶା ଡିଜିଟାଲ କ୍ଷେତ୍ରରେ ଅଗ୍ରଗତି ପାଇଁ ବ୍ୟାପକ ସମ୍ଭାବନା ରଖିଥିବା ପ୍ରକାଶ କରିଥିଲେ । ଓଡ଼ିଶାରେ ବହୁ ସଂଖ୍ୟକ ଆଇଟି ଏବଂ ଆଇଟିଇଏସ୍ କମ୍ପାନୀ ଏବଂ ଆଗାମୀ ଦିନରେ ଶିକ୍ଷା, ଶିଳ୍ପ ଓ ସରକାରଙ୍କ ସମ୍ମିଳିତ ପ୍ରୟାସରେ ବୈଷୟିକ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଏହାର ଲକ୍ଷ୍ୟ ସାଧନରେ ସଫଳ ହେବ ବୋଲେ ସେ ଆଶା ପ୍ରକାଶ କରିଥିଲେ ।
ପରେ ପରେ ଅଂଶଗ୍ରହଣ କରିଥିବା ଶିଳ୍ପୋଦ୍ୟୋଗୀ,ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଶିଳ୍ପ ସଂଘର କର୍ମକର୍ତ୍ତା, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ, ଶିକ୍ଷାବିତ୍ ତଥା ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଓ ଜନସାଧାରଣ ସୁଶାସନ, ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ସଂପର୍କରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking