21.1 C
Bhubaneswar
Wednesday, January 14, 2026
Homeଖେଳବିରାଟ କୋହଲିଙ୍କ ବଡ଼ ଉପଲବ୍ଧି

ବିରାଟ କୋହଲିଙ୍କ ବଡ଼ ଉପଲବ୍ଧି

କୋଲ୍‌କାତା: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ସିଜନ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷରେ ସ୍ଥାନୀୟ ଇଡେନ୍ ଗାର୍ଡେନ୍ସରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତଥା ଟିମ୍ ଇଣ୍ଡିଆ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ନିଜ ଟି-୨୦ କ୍ୟାରିୟର୍‌ରେ ଏକ ବଡ଼ ଉପଲବ୍ଧି ନିଜ ନାମରେ କରିଛନ୍ତି। ଏହା କୋହଲିଙ୍କ କ୍ୟାରିୟର୍‌ର ୪୦୦ ଟି-୨୦ ମ୍ୟାଚ୍ ହୋଇଥିବା ବେଳେ ଏହି କୀର୍ତ୍ତିମାନ କରିବାରେ ସେ ଭାରତୀୟ ଖେଳାଳି ହୋଇଛନ୍ତି। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୪୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ଦିନେଶ କାର୍ତ୍ତିକ ରହିଛନ୍ତି। କାର୍ତ୍ତିକ ମୋଟ ୪୧୨ ମ୍ୟାଚ୍ ଖେଳିସାରିଛନ୍ତି। କୋହଲି ୪୦୦ ମ୍ୟାଚ୍ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଆଇପିଏଲ୍‌ରେ ଏହା ତାଙ୍କର ୨୬୮ତମ ମ୍ୟାଚ୍ ହୋଇଥିବା ବେଳେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ତାଙ୍କ ନାମରେ ୧୨୭ ମ୍ୟାଚ୍ ରହିଛି। ଏହା ବ୍ୟତୀତ ଦିଲ୍ଲୀ ଟିମ୍ ପକ୍ଷରୁ କୋହଲି ୫ ମ୍ୟାଚ୍ ଖେଳିଛନ୍ତି। ବିରାଟ କୋହଲି ବର୍ତ୍ତମାନ ସୁଦ୍ଧା ଟି-୨୦ କ୍ୟାରିୟର୍‌ରେ ୧୨୮୮୬ ରନ୍ କରିଛନ୍ତି। ସେହିପରି ଆଇପିଏଲ୍‌ରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି। ତାଙ୍କ ନାମରେ ୮୦୦୦ରୁ ଊର୍ଦ୍ଧ୍ୱ ରନ୍ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking