17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଭାରତ ଛାଡ଼ି ଲଣ୍ଡନ ପଳାଇବେ ବିରାଟ କୋହଲି !

ଭାରତ ଛାଡ଼ି ଲଣ୍ଡନ ପଳାଇବେ ବିରାଟ କୋହଲି !

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ଭାରତକୁ ବାଏ ବାଏ କରିବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ପରିବାର ସହ ଲଣ୍ଡନରେ ରହିବେ। ପତ୍ନୀ ଅନୁଷ୍କା ଓ ଦୁଇ ପିଲାଙ୍କ ସହ ସବୁ ଦିନ ପାଇଁ ଲଣ୍ଡନ ସିଫ୍ଟ ହୋଇଯିବେ ବିରାଟ କୋହଲି। ଏନେଇ ପୂର୍ବରୁ ଖୁବ୍ ଆଲୋଚନା ଚାଲିଥିବା ବେଳେ ଏବେ ଏଥିରେ ମୋହର ମାରିଛନ୍ତି ତାଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା। ଦ୍ୱିତୀୟ ସନ୍ତାନ ଅକାୟ ଜନ୍ମ ପୂର୍ବରୁ ବିରାଟ ପତ୍ନୀ ଓ ଝିଅଙ୍କ ସହ ଅଧିକାଂଶ ସମୟ ଲଣ୍ଡନରେ ଅତିବାହିତ କରୁଥିଲେ। ସେଠାରେ ତାଙ୍କର ଘର ଥିବା ଜଣାଯାଇଛି। ବିରାଟ ଏବେ ପରିବାର ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି। ପିଲାଙ୍କ ଭବିଷ୍ୟତ ନିମନ୍ତେ ଲଣ୍ଡନ ସିଫ୍ଟ ହେବାକୁ ବିରାଟ ଓ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଗତ କିଛି ମାସ ଧରି ବିରାଟ ପରିବାର ସହ ଲଣ୍ଡନରେ ଅଧିକ ସମୟ ରହୁଛନ୍ତି। ତେବେ ଏଥର ସେ ଭାରତକୁ ବାଏ ବାଏ କହି ସବୁଦିନ ପାଇଁ ଲଣ୍ଡନ ଚାଲିଯିବେ ବୋଲି କହିଛନ୍ତି ତାଙ୍କ ପିଲା ଦିନର କୋଚ। ଏହି ଘଟଣା ବିରାଟଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି। ବିରାଟ କୋହଲିଙ୍କୁ ଏବେ ୩୬ ବର୍ଷ ବୟସ। ସଂପ୍ରତି ସେ ଭାରତୀୟ ଟିମ୍ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ପୂର୍ବରୁ ସେ ଟି୨୦ରୁ ଅବସର ଘୋଷଣା କରିସାରିଛନ୍ତି। ଏବେ ଟେଷ୍ଟରେ ତାଙ୍କର ଫର୍ମ ଭଲ ନ ଥିବା ନେଇ ଜୋର ଚର୍ଚ୍ଚା ହେଉଛି। ସେ ଟେଷ୍ଟରୁ ଅବସର ଘୋଷଣା କରିବା ପରେ ଭାରତ ଛାଡ଼ି ସବୁ ଦିନ ପାଇଁ ଲଣ୍ଡନ ପଳାଇବେ ବୋଲି ଶୁଣାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking