25.1 C
Bhubaneswar
Thursday, February 5, 2026
Homeଓଡିଶାବତଣ୍ଡା ଗ୍ରାମରେ ହିଂସାକାଣ୍ଡ: ପୋଲିସର ତଦନ୍ତ

ବତଣ୍ଡା ଗ୍ରାମରେ ହିଂସାକାଣ୍ଡ: ପୋଲିସର ତଦନ୍ତ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ର୍ତଣ୍ଡା ଗ୍ରାମରେ ଏକ ହିଂସା କାଣ୍ଡ ଘଟିଛି l ଏହି ହିଂସା କାଣ୍ଡ ରାଜ ନୈତିକ କାରଣ ହୋଇଛି ବୋଲି କୁହା ଯାଉଛି l ବର୍ତ୍ତନ୍ଦା ଗ୍ରାମ ରେ କେତକ ଦୃବୃତ୍ତ ପୂର୍ଵ ରାଗ ରଖି ପୁଅକୁ ହାଣିଲେ ବାପାକୁ ମାରି ଟାଙ୍ଗୀ ଦେଲେ,ଏ ସମ୍ପର୍କ ରେ ପରିବାର ଲୋକ ସୁକିନ୍ଦା ଥାନା ଅଭିଯୋଗକରୁଛିନ୍ତି l ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତ ବର୍ତ୍ତଣ୍ଡା ଗ୍ରାମ ମଳିକ ସାହିର ଗଣେଶ୍ଵର ମଳିକ ଙ୍କ ପୁଅ ଅଜୟ ମଳିକ କୁ ସେହି ଗ୍ରାମର ହିସାବରେ ପିଇସା ଓ ତାଙ୍କ ଦୁଇଜଣ ପୁଅ ମିଶି ଧାରୁଆ ଅସ୍ତ୍ର ଆଣି ଆକ୍ରମଣ କରିଥିଲେ ଯାହା ଗତକାଲି ରାତିରେ ଅଭିଯୋଗ ହୋଇଥିଲା l ଯାହା ଫାଳରେ ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ ଅଜୟ | ତେବେ ଅଜୟ ଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ପରିବାର ଲୋକ ଏବଂ ଗ୍ରାମ ବାସୀ ମାନେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ୱ ହେବାରୁ ଚିକିତ୍ସା ରତ ଡାକ୍ତର ତାକୁ କଟକ ବଡ଼ ଡାକ୍ତର ଖାନା କୁ ସ୍ଥାନସ୍ତର କରିଥିଲେ | ତେବେ ଅଜୟଙ୍କ ଦେଖା ଶୁଣ କରିବା ପାଇଁ ତାଙ୍କ ମା ଅଜୟ ସହିତ କଟକ କୁ ଯାଇଥିବା ବେଳେ ଘରେ ତାଙ୍କ ବାପା ଗଣେଶ୍ଵର ମଳିକ ରହି ଘର ଜଗିଥିଲେ | ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଦେହ ଘର ର ପଛପଟ ଛାତରେ ଝୁଲନ୍ତା ଅବସ୍ଥାରେ ଥିବା ଆଖପାଖ ଲୋକ ଦେଖିଥିଲେ ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ସୁକିନ୍ଦା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପୁଅ ଅଜୟ ଉପରେ ରାଜନୀତି ରାଗ ସୁଜେଇବାକୁ ଯାଇ ବାପାକୁ ହତ୍ୟା କରି ଟାଙ୍ଗୀ ଦିଆ ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ପରିବାର ଲୋକେ ମଧ୍ୟ ଅଭିଯୋଗ କରୁଛନ୍ତି l ଘଟଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ପ୍ରତିରଞ୍ଜନ ଘଡ଼ାଇ ପହଞ୍ଚି ପରିବାର ଲୋକଙ୍କୁ ଶାନ୍ତନା ଦେବାସହିତ ଯିଏ ଏଭଳି କାଣ୍ଡ କରିଛନ୍ତି ତୁରନ୍ତ ଗିରିଫ କରିବାକୁ ଦାବୀ କରିବା ଶହ ଅଭିଯୁକ୍ତ ଙ୍କୁ ଗିରଫ ନ କରା ଗଲେ କାହାରିକୁ କ୍ଷମା କରା ଜିବ ନାହିଁ ବୋଲି ପୋଲିସ ପ୍ରଶାସନ ଚେତାବନୀ ଦେଇ କହିଛନ୍ତି | ଏଭଳି ଘଟଣା ଅଞ୍ଚଳରେ ବିଗତ ୧୭ ମାସ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି | ଯାହାକୁ ଏବେ ଅଞ୍ଚଳ ବାସୀ ଙ୍କୁ ଚିନ୍ତା ମଗ୍ନ କରିଥିବା ବେଳେ ଏହାକୁ ତୁରନ୍ତ ବ୍ରେକ ନ ଦେଲେ ଆଗକୁ ଏକ ଭୟଙ୍କର ଆନ୍ଦୋଳନ ଅଞ୍ଚଳରେ ଗଢି ଉଠିବ ଏଥିରେ ସନ୍ଦେହ ନାହିଁ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking