33.1 C
Bhubaneswar
Saturday, October 5, 2024
Homeଓଡିଶାଶାଳୀ ଭ୍ୟାନିଟିରୁ ଚୋରି କୋରି ଭିଣୋଇ ଗିରଫ

ଶାଳୀ ଭ୍ୟାନିଟିରୁ ଚୋରି କୋରି ଭିଣୋଇ ଗିରଫ

ଭୁବନେଶ୍ୱର: ଶାଳିଙ୍କ ଭ୍ୟାନିଟି ବ୍ୟାଗରୁ ଚୋରି ଅଭିଯୋଗରେ ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ଭିଣୋଇ ଜଣଙ୍କ ହେଲେ କେନ୍ଦ୍ରପଡା ଜିଲ୍ଲା ଦେରାବିଶ୍ ଥାନା ଅଞ୍ଚଳର ପ୍ରଦିପ୍ତ କୁମାର ପ୍ରଧାନ ଓରଫ ବାନା(୩୬) । ସୂଚନା ଅନୁଯାୟୀ, ଡେଲ୍ଟା ଛକ ଅନ୍ତର୍ଗତ ପ୍ଳଟ ନମ୍ବର-ସି ୧ ରେ ଅଭିଯୁକ୍ତ ପ୍ରଦିପ୍ତ କୁମାର ପ୍ରଧାନଙ୍କ ଘର ରହିଛି । ସେହି ଘରେ ସେ ପରିବାର ସହ ରୁହନ୍ତି, କିଛି ମାସ ହେଲା ଗାଁରୁ ଆଶିଥିବା ଶାଳି ମଧ୍ୟ ତାଙ୍କ ସହ ଆସି ରହୁଥିଲେ । ଗତକାଲି ଅଭିଯୁକ୍ତ ଭିଣୋଇ ପ୍ରଦିପ୍ତ କୁମାର ପ୍ରଧାନ ତାଙ୍କ ଶାଳିଙ୍କ ଅଜାଣତରେ ତାଙ୍କରି ଭ୍ୟାନିଟି ବ୍ୟାଗରୁ ୬୬ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ । ତାଙ୍କ ଶାଳି ଭ୍ୟାନିଟି ଚେକ୍ କଲା ବେଳକୁ ତାଙ୍କ ଟଙ୍କା ଚୋରି ହୋଇ ଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ତାଙ୍କ ଶାଳି ପଚାରିବାରୁ ଅଭିଯୁକ୍ତ ଭିଣୋଇ ପ୍ରଦିପ୍ତ ତାଙ୍କୁ ଆଶାଳୀନ ବ୍ୟବହାର କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୨ ହଜାର ଟଙ୍କା ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking