30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଭିନେଶ ଫୋଗଟ ଜିତିପାରିବେ ରୌପ୍ୟ ପଦକ

ଭିନେଶ ଫୋଗଟ ଜିତିପାରିବେ ରୌପ୍ୟ ପଦକ

ନୂଆଦିଲ୍ଲୀ : ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅବସର ଘୋଷଣା କରିବା ପରେ ଭାରତକୁ ମିଳିଛି ଏକ ବଡ଼ ଝଟକା। ହାତ ପାହାଁତକୁ ଆସି ମଧ୍ୟ ଭାଙ୍ଗି ଯାଇଛି ମେଡାଲ ଜିତିବାର ସ୍ବପ୍ନ । ଏଥିସହ ୧୪୦ କୋଟି ଭାରତୀୟଙ୍କ ହୃଦୟ ମଧ୍ୟ ଭାଙ୍ଗିଛି । ୫୦ କିଲୋଗ୍ରାମ ବର୍ଗରେ ମାତ୍ର ୧୫୦ ଅଧିକ ଓଜନ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି କରାଯିବ ପରେ ଭାରତୀୟ ଗ୍ରାପଲରଙ୍କ ନିଷ୍ପତ୍ତି ନିଆଯାଇଛି। । ପ୍ୟାରିସ ଅଲିମ୍ପିକ୍ସ ରେସଲିଂ ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାକୁ ନେଇ ଭାରତୀୟ ଗ୍ରାପଲର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ରେ ଚ୍ୟାଲେଞ୍ଜ କରିଥିଲେ । ଏଥିସହ ରୌପ୍ୟ ପଦକ ପାଇଁ ମଧ୍ୟ ଦାବି କରିଥିଲେ । ତେବେ ଅଜି କ୍ରୀଡ଼ା କୋର୍ଟ ଅଫ୍ ଆର୍ବିଟ୍ରେସନ ଭିନେଶ ଫୋଗାଟଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ତେବେ ଭାରତୀୟ ରେସଲ ଭିନେଶ ଫୋଗଟ ସିଲଭର ପଦକ ଜିତିପାରିବେ ।
ରେସଲର ଭିନେଶ ଫୋଗାଟଙ୍କ ସପକ୍ଷରେ ସିଏଏସ ନିୟମ
ଫାଇନାଲ ଫାଇଟ୍ ପୂର୍ବରୁ ଓଜନକୁ ନେଇ ତାଙ୍କୁ ମ୍ୟାଚରୁ ଡିସକ୍ୱାଲିଫାଏ ବା ଅଯୋଗ୍ୟ ଘୋଷିତ କରା ଯାଇଥିଲା। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ୍ ଅଧିକ ଥିବାରୁ ଅଲିମ୍ପିକ୍ସ ନିୟମ ଅନୁସାରେ, ଫାଇନାଲରୁ ବଞ୍ଚିତ ହେବାକୁ ପଡିଥିଲା।
ତେବେ ତାଙ୍କୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ ଗ୍ରାପଲର୍ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (ସିଏଏସ) ନିକଟରେ ପହଞ୍ଚି ଏକ ଆବେଦନ କରିଥିଲେ ଯେଉଁଠାରେ ତାଙ୍କୁ ଜୁଗଳ ରୌପ୍ୟ ବିଜେତା ରୂପେ ଘୋଷିତ କରିବାକୁ କହିଥିଲେ । ସେମିଫାଇନାଲରେ କ୍ୟୁବାର ଗୁଜମାନଙ୍କୁ ୫-୦ ବ୍ୟବଧାନରେ ହରାଇ ଫାଇନାଲରେ ଆମେରିକାର ସାରା ହିଲଡବ୍ରାଣ୍ଡଟଙ୍କ ସହ ମୁହାଁମୁହିଁ ହୋଇଥାନ୍ତେ । କିନ୍ତୁ ଫାଇନାଲ ଫାଇଟ୍ ପୂର୍ବରୁ ଓଜନକୁ ନେଇ ତାଙ୍କୁ ମ୍ୟାଚରୁ ଡିସକ୍ୱାଲିଫାଏ ବା ଅଯୋଗ୍ୟ ଘୋଷିତ କରା ଯାଇଥିଲା। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ୍ ଅଧିକ ଥିବାରୁ ଅଲିମ୍ପିକ୍ସ ନିୟମ ଅନୁସାରେ, ଫାଇନାଲରୁ ବଞ୍ଚିତ ହେବାକୁ ପଡିଥିଲା। ଗତକାଲି ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କୁସ୍ତିରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଥିଲେ । ସେ ପ୍ରତ୍ୟେକଙ୍କଠାରୁ କ୍ଷମା ପ୍ରାର୍ଥନା କରିଥିଲେ, ଯେଉଁମାନେ ତାଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ସମର୍ଥନ କରିଥିଲେ। ସେ କହିଥିଲେ ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’
ଭିନେଶ, ସର୍ବଦା ୫୩ କିଲୋଗ୍ରାମ ବର୍ଗରେ ପ୍ରତିଯୋଗିତା କରିଆସୁଛନ୍ତି । କିନ୍ତୁ ସେହି ଡିଭିଜନରେ ପ୍ୟାରିସ କୋଟା ସ୍ଥାନ ରେସଲର ଅନ୍ତିମ ପାଙ୍ଗଲଙ୍କ ଦ୍ୱାରା ଏହି ବର୍ଗ ବନ୍ଦ ହେବାପରେ ମାତ୍ର ମାସ ପୂର୍ବରୁ ସେ ୫୦ କିଲୋଗ୍ରାମ ବର୍ଗରେ ଖେଳିବାକୁ ବାଧ୍ୟ ହୋଇଥିଲେ। ଫୋଗଟ ପ୍ୟାରିସ୍ ଅଲିମ୍ପିକ୍ସକୁ ଯିବା ପାଇଁ ତାଙ୍କର ଏସିଏଲ ନାମକ ଏକ ଅସ୍ତ୍ରୋପଚାର ମଧ୍ୟ କରିଥିଲେ । ସାରା ହିଲଡବ୍ରାଣ୍ଡ ଶେଷରେ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ଫାଇନାଲରେ ଜିତି ରେସଲର ୟୁସନିଲିସ୍ ଗୁଜମାନ ଲୋପେଜଙ୍କୁ ପରାସ୍ତ କରିବା ପରେ ସ୍ୱର୍ଣ୍ଣ ଜିତିଥିଲେ। ଭିନେଶଙ୍କ ସ୍ଥାନ ନେଇଥିବା କ୍ୟୁବା ରେସଲରଙ୍କୁ ରୌପ୍ୟ ପ୍ରଦାନ କରାଯାଇଥିଲା।

#BreakingNews : Vinesh Phogat still can win silver, court of Arbitration (CAS) accepts appeal

.#vineshphogat #ParisOlympics2024 #vineshphogatretires
— Republic (@republic) August 8, 2024

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking