19.1 C
Bhubaneswar
Monday, December 8, 2025
Homeଓଡିଶାରାସ୍ତା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ରାସ୍ତା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ନୟାଗଡ଼: ରାସ୍ତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ନୟାଗଡ଼ ସଦର ଥାନା ଅନ୍ତର୍ଗତ ୩ଟି ପଞ୍ଚାୟତର ଏକାଧିକ ଗାଁର ଅଧିବାସୀ ରାସ୍ତାରୋକ ପାଇଁ ପ୍ରସ୍ତୁତ ହେଉଛନ୍ତି । ରାସ୍ତାକଡ଼ରେ ବ୍ୟାନର ବାନ୍ଧି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ପ୍ରାଶାସନିକଙ୍କ ଅଧିକାରୀ ସେମାନଙ୍କୁ ବୁଝାଶୁଝା କରିଛନ୍ତି । ହେଲେ ସମାଧାନର ବାଟ ବାହାରି ପାରିନାହିଁ । ତେଣୁ ରାସ୍ତାରୋକ କରିବାକୁ ଅଡ଼ି ବସିଛନ୍ତି । ରାସ୍ତା ନିର୍ମାଣକୁ କେନ୍ଦ୍ର କରି ୮ ବର୍ଷ ହେଲା ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗି ଗାଁ ଓ ୧୭ ଖଣ୍ଡ ମୌଜା ମଧ୍ୟରେ ବିବାଦ ଲାଗିରହିଛି । ମାଳିସାହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କିଛି ଗାଁକୁ ରାସ୍ତା ନିର୍ମାଣ ବେଳେ ଗୁଡ଼ୁପାଙ୍ଗି ଗ୍ରାମବାସୀ ବିରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking