15.1 C
Bhubaneswar
Monday, February 9, 2026
Homeଓଡିଶାନିମ୍ନ ମାନର ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ

ନିମ୍ନ ମାନର ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡା: ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକରେ ମାଇନର ଇରିଗେସସନ ଡିପାର୍ଟମେଣ୍ଟ ର କେନାଳବନ୍ଧ ରାସ୍ତା କାମ ନିମ୍ନ ମାନର ସାଙ୍ଗକୁ ସ୍ଥାନୀୟ ଆଦିବାସୀ ଚାଷୀଙ୍କୁ ଦେଇଛି ଅନେକ କଷଣ । ମୁନିଗୁଡା ବ୍ଲକ ର ଯୁଗାପଦର ଠାରୁ ଚେକ ଡ୍ୟାମ ଯାଏଁ ତରବରିଆ ଭାବେ 3 କିଲୋମିଟର ରାସ୍ତା କାମ କରାଯାଇଛି ହେଲେ ମାସଟେ ବି ନପୂରୁଣୁ ରାସ୍ତାର ପିଚୁ ଉଠିଗଲାଣି ପ୍ରଥମ ରୁ ହିଁ ରାସ୍ତା କାମ ନିମ୍ନ କୁ ବିରୋଧ କରିଥିଲେ ଗ୍ରାମବାସୀ କିନ୍ତୁ ଉଭୟ ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକାର ନତୀଜା ଏବେ ଦେଖିବାକୁ ମିଳୁଛି ରାସ୍ତା କୁ ଦେଖିଲେ । ଅନ୍ୟପଟେ ସ୍ଥାନୀୟ ଚାଷୀଙ୍କ ବିଲ ରୁ ଉଠାଯାଇଛି ମାଟି , ଫଳରେ ରାସ୍ତା ବି ଖାଲ ଖମାଣକୁ ବିଲ ଗୁଡିକରୁ ମାଟି ଉଠେଇ ବିଲ ବି ଖାଲ ଖମାଣ ଯାହା ଗ୍ରାମବାସୀ ଙ୍କୁ ଦେଇଛି ଅନେକ ଯାତନା । ଅଳ୍ପ ଦିନ କେଇଟା ରେ ଚାଷୀ ଧାନ ଫସଲ ଚାଷ ପାଇଁ ଅଣ୍ଟା ଭିଡ଼ିବ ହେଲେ ବିଲ ରେ ଥିବା ଖାଲ କୁ ଭରିବ କେମିତି ସେ ଚିନ୍ତା ବି ମୁଣ୍ଡକୁ ଆହୁରି ଯନ୍ତ୍ରଣା ଦେଉଛି । ବିଲରୁ ମାଟି କାଢିବା ବେଳେ ଯେତେବେଳେ ଚାଷୀ ପ୍ରତିରୋଧ କରିଥିଲା ସେତେବେଳକୁ ଠିକାଦାର ମିଠା କଥା କହି ନିଜ କାମ ନିଜେ ସାରିଦେଇ କହିଥିଲା ସବୁ ଠିକ ଠାକ କରିଦେବ ହେଲେ 30 ଲକ୍ଷ ବ୍ୟୟ ଅଟକଳ ରେ ହୋଇଥିବା ରାସ୍ତା ନିର୍ମାଣ ଏବେ ମରଣ ଯନ୍ତା ପାଲଟିଛି ! ତେବେ ପ୍ରଶାସନ ଏ ଦିଗରେ ବିଲକୁଲ ଦୃଷ୍ଟି ଦେଉନାଇଁ । ଏ ନେଇ ଆମେ ମାଇନର ଇରିଗେଶନ ର ଏସ. ଡି. ଓ ମହାଶୟ ଶ୍ରୀ କର ବାବୁ ଙ୍କ ସହ ଯୋଗାଯୋଗ କରିଥିବାରୁ ସେ ‘ ତାଙ୍କର ଫୋନ ଟିକୁ ସୁଇଚ ଅଫ କରିଦେଇଛନ୍ତି । ଆଗକୁ ବର୍ଷା ଦିନ ଆସୁଛି , ଯଦି ବି ରାସ୍ତା ଧୋଇହୋଇଯାଏ ତେବେ ପୁଣି ଏକ ଫାଇଲ ଖୋଲା ହୋଇ ପୁଣି କାମ ହେଇଯିବ ଏଥିରେ ସନ୍ଦେହ ନାଇଁ କାରଣ ଏଠି ସରକାରି ଟଙ୍କା ର ହିସାବ ମାଗୁଛି କିଏ ??? ତେବେ ଯଦି ଚାଷୀଙ୍କ ସମସ୍ୟା ର ସମାଧାନ ନ ହେଲେ ଉଭୟ ଜ଼ିଲ୍ଲାପାଳ ଓ ମାଇନାର ଇରିଗେଶନ ଅଫିସ ଆଗରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି ଯୁଗାପଦର ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking