21.1 C
Bhubaneswar
Tuesday, February 10, 2026
Homeଓଡିଶାଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ

ଅଙ୍ଗନବାଡ଼ି କେନ୍ଦ୍ରରେ ଦଳିତ ସହାୟିକା ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ: ଆସୁନାହାନ୍ତି ଛାତ୍ରଛାତ୍ରୀ, ନେଉନାହାନ୍ତି ଶୁଖିଲା ଖାଦ୍ୟ

ରାଜନଗର: ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଜଣେ ଦଳିତ ଜାତିର ଯୁବତୀ ନିଯୁକ୍ତି ପାଇଥିବାକୁ ବିରୋଧ କରି ଗ୍ରାମବାସୀମାନେ ତାଙ୍କ ପିଲାମାନଙ୍କୁ ଛାଡ଼ୁନାହାନ୍ତି ଅଙ୍ଗନବାଡି କେନ୍ଦ୍ରକୁ। ଏପରିକି ଶୁଖିଲା ଖାଦ୍ୟ ମଧ୍ୟ ନେଉନାହାନ୍ତି। ଗତ ୨୦୨୫ ନଭେମ୍ବର ୨୦ ତାରିଖରେ ସହାୟିକା ନିଯୁକ୍ତି ଦିଆଯାଇଥିଲେ। ନଭେମ୍ବର ମାସରେ ଏହି ଗାଁର ଶର୍ମିଷ୍ଠା ସେଠୀ ସହାୟିକା ନିଯୁକ୍ତି ପାଇଥିଲେ। ପୂର୍ବରୁ ଅଙ୍ଗନବାଡି କେନ୍ଦ୍ରକୁ କର୍ମୀ ଲିଜା ରାଣୀ ପାଣ୍ଡବ ଚଳାଉଥିବା ବେଳେ ଗ୍ରାମବାସୀମାନେ ନିଜର ପିଲାମାନଙ୍କୁ ଛାଡୁଥିଲେ ଏବଂ ଟିଏଚ୍‌ଆର୍ (ଶୁଖିଲା ଖାଦ୍ୟ) ନେଉଥିଲେ। ଯେବେଠାରୁ ଶର୍ମିଷ୍ଠା ସେଠୀ ନିଯୁକ୍ତି ପାଇଲେ ସେବେଠାରୁ ଅଭିଭାବକମାନେ ପିଲାମାନଙ୍କୁ ଛାଡୁ ନାହାନ୍ତି କିମ୍ବା ଶୁଖିଲା ଖାଦ୍ୟ ନେଉ ନ ଥିବା ଲିଜା ରାଣୀ କହିଛନ୍ତି। କେନ୍ଦ୍ରର ନିଜସ୍ୱ ଗୃହ ନ ଥିବାରୁ ବିଦ୍ୟାଳୟ ପରିସରରେ ଏହି କେନ୍ଦ୍ରଟି ଚାଲିଛି।

ସକାଳ ୬:୩୦ରୁ ଆରମ୍ଭ ହୋଇ ୯:୩୦ରେ ବନ୍ଦ ହେଉଥିବା କର୍ମୀ କହିଛନ୍ତି। କାହିଁକି ଗ୍ରାମବାସୀମାନେ ଛାଡ଼ୁନାହାନ୍ତି ଏନେଇ କର୍ମୀଙ୍କୁ ପଚାରିବାରୁ ଆମେ ହିତାଧିକାରୀଙ୍କ ଘରକୁ ଯାଇ ଡାକିଲେ ମଧ୍ୟ ସେମାନେ ପିଲାଙ୍କୁ ଛାଡ଼ୁନାହାନ୍ତି କିମ୍ବା ଶୁଖିଲା ଖାଦ୍ୟ ନେଉନଥିବା କହିଛନ୍ତି। ଅପରପକ୍ଷରେ ସହାୟିକା ଭାବରେ ନିଯୁକ୍ତି ପାଇଥିବା ଶର୍ମିଷ୍ଠା ନିଜ ପ୍ରତିକ୍ରିୟାରେ ଦଳିତ ପରିବାରରେ ଜନ୍ମ ହୋଇଥିବା କ’ଣ ପାପ? ମୁଁ ସେମାନଙ୍କର ସେବା କରିବାକୁ ଚାହୁଁଛି। ମୁଁ ଯୁକ୍ତତିନି ପାସ କରିଛି। ମୁଁ ଚାହୁଁଚି ପିଲାମାନଙ୍କୁ ପଢ଼ାଇବା ସହିତ ସେମାନଙ୍କ ସେବା କରିବାକୁ ଚାହୁଁଛି।ଦଳିତ ପିଲା ଭାବେ ଚାକିରୀ ପାଇବା କଣ ଭୁଲ ବୋଲି ତାଙ୍କ କୋହଭରା କଣ୍ଠରେ କହିଛନ୍ତି । ଏନେଇ ଘଡ଼ିଆମାଳ ସରପଞ୍ଚ ଶୈଳେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଏହି ଘଟଣାକୁ ନାପସନ୍ଦ କରିବା ସହ ଗ୍ରାମବାସୀଙ୍କୁ ଡାକି ବୁଝାଇଛନ୍ତି ଆଗାମୀ ଦିନରେ ଗ୍ରାମବାସୀଙ୍କ ମତ ପରିବର୍ତ୍ତନ ହେବ ଏବଂ ଅଙ୍ଗନବାଡି କେନ୍ଦ୍ର ଚାଲିବ ବୋଲି ଆଶା ପୋଷଣ କରିଛନ୍ତି। ଅପରପକ୍ଷରେ ଗ୍ରାମବାସୀମାନେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ନୁହନ୍ତି ।

ଜଣେ ମାତ୍ର ଗ୍ରାମବାସୀ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ କଥାକୁ ବୁଲାଇ ବଙ୍କାଇ ଅଙ୍ଗନବାଡି ପାଖରେ କୁମ୍ଭୀର ରହୁଛି ସେଠାରେ ସାପ, ବାରହା ରହୁଥିବା ନେଇ କହିଛନ୍ତି। ସେଥିପାଇଁ ଆମେ ପିଲାଙ୍କୁ ଛାଡ଼ିବାକୁ ଉଚିତ ମଣୁ ନାହୁଁ ବୋଲି କହିଥିଲେ। ଅପରପକ୍ଷରେ ଅଙ୍ଗନବାଡି କର୍ମୀ ସିଡିପିଓଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ସିଡିପିଓ ଦିପାଳୀ ମିଶ୍ର ସୁପରଭାଇଜରଙ୍କୁ ନେଇ ଲୋକମାନଙ୍କୁ ବୁଝାଇଥିଲେ ମଧ୍ୟ କିଛି ଫଳ ମିଳିଲାନି। ଏନେଇ ଗଣମାଧ୍ୟମରେ ଖବରପ୍ରକାଶ ପାଇବା ପରେ ପ୍ରଶାସନ ସଜାଗ ହୋଇ ଉଠିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୧୦ତାରିଖ ମଙ୍ଗଳବାର ତହସିଲଦାର ଯିଶୁ କ୍ରୀଷ୍ଣ ଦାସ ସିଡିପିଓ ଶ୍ରୀମତୀ ମିଶ୍ରଙ୍କ ସହ ନୂଆଗାଁ ଯାଇ କର୍ମୀ ଓ ସହାୟୀକା ଏବଂ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କୁ ପଚାରିବାରୁ ସିଡିପିଓଙ୍କ ଠାରୁ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଜଣାଇଥିଲି। ତାଙ୍କ ନିର୍ଦ୍ଦେଶରେ ସଂମ୍ପୃକ୍ତ ଗ୍ରାମକୁ ଯାଇ କର୍ମୀ ସହାୟିକା ଏବଂ ଲୋକମାନଙ୍କ ସହିତ ଆଲୋଚନା କରିଥିଲୁ। ମାତ୍ର ଏହି ଆଲୋଚନା ବିଫଳ ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ଜିଲ୍ଲା ପ୍ରଶାସନ ଘଟଣା ସମ୍ପର୍କରେ ଅବଗତ ଥିବାବେଳେ ଏହାକୁ କାହିଁକି ଗୁରୁତ୍ୱ ଦେଇନଥିଲା। ଦୀର୍ଘ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ଦିନ ପରେ ଜିଲ୍ଲା ପ୍ରଶାସନ ହଠାତ୍ ତତ୍ପର ହୋଇ ଉଠିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking