18.1 C
Bhubaneswar
Monday, February 2, 2026
Homeଓଡିଶା୧୨ ଟିକିଆ ହାତୀପଲଙ୍କ ଉପଦ୍ରବ: ଭୟରେ ଗ୍ରାମବାସୀ

୧୨ ଟିକିଆ ହାତୀପଲଙ୍କ ଉପଦ୍ରବ: ଭୟରେ ଗ୍ରାମବାସୀ

ସୁନ୍ଦରଗଡ: ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ । ଗାଁରେ ପଶି ଘର ଭାଙ୍ଗିବା ସହ ଘର ଭିତରେ ଥିବା ଧାନ ଚାଉଳକୁ ନଷ୍ଟ କରୁଛି ହାତୀପଲ । ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୬ଟି ଗାଁରେ ପଶି ଉତ୍ପାତ ମଚାଉଛନ୍ତି ହାତୀପଲ । ଦିନରେ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି । ଏବେ ଧାନ ଅମଳ ସରିଛି , ଆଉ ଅମଳ ଧାନ ଯେଉଁ ଘରେ ରଖାଯାଇଛି ସେଇ ଘରକୁ ଆସି ଘର ଭାଙ୍ଗି ରଖାଯାଇଥିବା ଧାନ ବସ୍ତାକୁ ଶୁଣ୍ଢରେ ଟେକି ନେଇ ଖାଇ ନଷ୍ଟ କରି ଦେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ହାତୀକୁ ଘଉଡାଇବାକୁ ପ୍ରୟାସ କରାଯାଉଛି ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗର ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ପରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking