17.1 C
Bhubaneswar
Friday, February 6, 2026
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ବାଟ ଓଗାଳି ଦୁଃଖ ଜଣାଇଲେ ଗ୍ରାମବାସୀ

ମୁଖ୍ୟ ଶାସନ ସଚିବଙ୍କ ବାଟ ଓଗାଳି ଦୁଃଖ ଜଣାଇଲେ ଗ୍ରାମବାସୀ

ଯାଜପୁର: ମୁଖ୍ୟ ଶାସନ ସଚିବଙ୍କ ନାଗଡା ପରି ଦର୍ଶନ କରି ଫେରିବା ବେଳେ ଅଶୋକ ଝର ରେ ବାସ କରୁ ଥିବା ଜୁଆଙ୍ଗ ପରିବାର ମାନେ ରାସ୍ତା ରେ ଧାରଣା ଦେଇ ଥିଲେ ମୁଖ୍ୟ ସଚିବ ଙ୍କ ଗାଡ଼ି ଅଟକି ଗଲା ସେମାନେ କହିଲେ ଆମେ ତ ଜୁଆଙ୍ଗ, ସିଏ ତ ଜୁଆଙ୍ଗ, ନଗଡ଼ାରେ ନେଇ ସବୁ ଢାଳୁଛ, ଆମକୁ ଆଡ଼ ଆଖିରେ ବି ସରକାର ଦେଖୁ ନାହିଁ ଆମେ ସରକାରୀ ସାହାଯ୍ୟ ସାତ ସପନ। ଏମିତି କହି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଘେରିଥିଲେ ଅଶୋକଝର ଗ୍ରାମବାସୀ। ଶ୍ରୀ ଆହୁଜା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍‌ଏନ୍‌, ବିଭାଗୀୟ ନିର୍ଦ୍ଦେଶକ ବୀନିତ ଭରଦ୍ବାଜ ଓ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ସଦଳବଳ ନଗଡ଼ା ଗସ୍ତରୁ ଫେରିବା ବାଟରେ ୨୫ ଅବହେଳିତ ଜୁଆଙ୍ଗ ପରିବାର ପିଲାଛୁଆ ଧରି ରାସ୍ତା ଉପରେ ବସି ରହିଥିଲେ। ମାଳମାଳ ଗାଡ଼ିସବୁ ଅଧଘଣ୍ଟା ଧରି ସେଇଠି ଅଟକି ରହିଥିଲା।

ଗସ୍ତ ଅଧାରେ ହଠାତ୍‌ ଏଭଳି ଅପ୍ରତ୍ୟାଶିତ ଆନ୍ଦୋଳନ ଦେଖି ମୁଖ୍ୟ ସଚିବ ଓ ଜିଲ୍ଲାପାଳ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ସାଥୀରେ କଳିଙ୍ଗନଗର ଏଏସ୍‌ପି ସୁପ୍ରସନ୍ନ ମଲ୍ଲିକ ଓ କାଳିଆପାଣି ଥାନା ଅଧିକାରୀ ଶିବ ଚରଣ ବେହେରା ସଦଳବଳ ଉପସ୍ଥିତ ଥିଲେ ହେଁ ପୁଲିସ ଏହାର ଟେର୍ ପାଇନଥିଲା। ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଗୋଲାପ ପ୍ରଧାନ, ଚଞ୍ଚଳା ପ୍ରଧାନ, ଚାଙ୍ଖିରି ପ୍ରଧାନ, ସୁରୁବାଲି ପ୍ରଧାନ, ସୀତା ପ୍ରଧାନ, ହୀରା ପ୍ରଧାନ, ଶଶୀକା ପ୍ରଧାନ, ସୁନେଇ ପ୍ରଧାନ, ମନ୍ତ୍ରୀ ପ୍ରଧାନ, ଶ୍ରାବଣିଆ ପ୍ରଧାନ ପ୍ରମୁଖ ତାଙ୍କୁ ଘେରିଯାଇ ଦୀର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ଷବର୍ଷ ଧରି ପ୍ରଶାସନ ପକ୍ଷରୁ ନଗଡ଼ା ଗାଁ ଓ ନଗଡ଼ାବାସୀଙ୍କୁ ପିଲାଠୁ ବୁଢ଼ାଯାଏ ବହୁବିଧ ସହାୟତା ଓ ରିଲିଫ୍ ବଣ୍ଟନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଷାକ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ସ୍ଥଳେ ସାତକୁଲିଆ ପାହାଡ଼ ତଳେ ବସବାସ କରୁଥିବା ଗ୍ରାମବାସୀ ଉପେକ୍ଷିତ ଓ ଅବହେଳିତ ଅବସ୍ଥାରେ ରହୁଥିବା ଦର୍ଶାଇଥିଲେ। ‘ଚାଲ ଆମ ଗାଁ ଦେଖି ଆସିବ, ଆମେ କିମିତି ଅଛୁ’ ବୋଲି କହି ପ୍ରଶାସକମାନଙ୍କୁ ଗାଁ ରାସ୍ତା ଦେଖାଇ ଗାଁର ବାସ୍ତବ ସ୍ଥିତି ପରଖିବାକୁ କହିଥିଲେ। ଶେଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଓ ଜିଲ୍ଲାପାଳ ସଦଳବଳ ଅଶୋକଝର ଗାଁର ଘରକୁ ଘର ବୁଲିଥିଲେ। ଜୁଆଙ୍ଗ ଜନଜାତି ପରିବାର ସବୁ ବହୁମୁଖୀ ସରକାରୀ ଯୋଜନାରୁ ବଞ୍ଚିତ ଥିବା ନେଇ ମାଳମାଳ ଅଭିଯୋଗ ଶୁଣି ଥିଲେ। ଭତ୍ତା ପାଉନଥିବା ନେଇ ଦିବ୍ୟାଙ୍ଗ ଶ୍ରାବଣିଆ ପ୍ରଧାନ କ୍ଷୋଭ ପ୍ରକାଶ କରିଥିଲେ। ସର କାର ଙ୍କ ଯୋଜନା ପରିବାର ଗୁଡ଼ିକ ନିକଟ ରେ ନ ପହଞ୍ଚିବା ର କାରଣ କଣ ଜିଲ୍ଲା ପାଲ ଙ୍କୁ ପଚାରି ଥିଲେ l ନଗଡ଼ା ଭଳି ଏହି ଗାଁର ସାମଗ୍ରିକ ବିକାଶ ଦିଗରେ ପଦ‌କ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀଙ୍କୁ ନିର୍ଦ୍ଧେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking