ଅନୁଗୁଳ: ଅଙ୍ଗନବାଡି ଦିଦିଙ୍କ ରାସଲୀଳା ଅଭିଯୋଗରେ ଘେରିଲେ ଗାଁ ମହିଳା । ଅଙ୍ଗନବାଡି କେନ୍ଦ୍ର ଭିତରୁ ଧକ୍କା ମାରି ବାହାର କଲେ ଦିଦିଙ୍କୁ । ଅଙ୍ଗନବାଡି ଦିଦି ଜଣଙ୍କ ତିନି ଛୁଆର ମାଆ ହୋଇଥିବା ସତ୍ତ୍ୱେ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ଏବଂ ଉଭୟେ ଗାଁ ଛାଡି ପଳାଇବା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି । ସେ ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କିସନକ ବ୍ଲକ ହଣ୍ଡପା ଅଞ୍ଚଳର ଜଣେ ଅଙ୍ଗନବାଡି ଦିଦିଙ୍କ ମହିତାପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ । ତେବେ ଉଭୟେ ଗତ ସପ୍ତାହରେ କେଉଁଆଡେ ଚାଲି ଯାଇଥିବା ଗାଁ ଲୋକେ ଜାଣିବାକୁ ପାଇଥିଲେ । ଯେଉଁଥିପାଇଁ ଅଙ୍ଗନବାଡି କେନ୍ଦ୍ର ୩ ଦିନ ଧରି ବନ୍ଦ ରହିଥିଲା । ତେବେ ୩ ଦିନ ପରେ ଅଙ୍ଗନବାଡି ଦିଦି ଗାଁକୁ ଫେରିବା ପରେ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିବା ବେଳେ ହଠାତ ଗାଁର ମହିଳାମାନେ ଦିଦିଙ୍କୁ ଘେରିଥିଲେ । ନାନାଦି ପ୍ରଶ୍ନ କରିବା ସହ ତାଙ୍କୁ ଧକ୍କା ମାରି ଅଙ୍ଗନବାଡି କେନ୍ଦ୍ରରୁ ବାହାର କରିଦେଇିଥିଲେ । ତେବେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୋଲିସ ଅଙ୍ଗନବାଡି ଦିଦି, ଏବଂ ପ୍ରେମିକଙ୍କୁ ଥାନାକୁ ଡାକିଥିଲେ । ଉଭୟେ ଏକାଠି ରହିବେ ଏବଂ ଅଙ୍ଗନବାଡି ଦିଦି ନିଜ ସ୍ୱାମୀଙ୍କ ଠାରୁ କୌଣସି ଦାବି ଆପତ୍ତି କରିବେ ନାହିଁ ବୋଲି ଲିଖିତ ଚୁକ୍ତି କରିବା ପରେ ଉଭୟଙ୍କୁ ପୋଲିସ ଛାଡିଦେଇଥିଲା । ଏହାପରେ ଏବେ ହଣ୍ଡପା ସମେତ ସମଗ୍ର ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି ।









