ବ୍ରହ୍ମପୁର: ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ କରାଯାଇଛି । ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଏଡିଜେ- ୩ କୋର୍ଟ । ଜେଲ ମାନୁଆଲ ଅନୁଯାୟୀ ବିକ୍ରମଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ରହିଛି । ଚିକିତ୍ସା ଓ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିପାରିବେ ଘର ଲୋକ । ଗଲ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ବିକ୍ରମ ପଣ୍ଡାଙ୍କ ସମ୍ମତି ଥିବା ସୂଚନା ମିଳିଛି ।









