ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡିଥିବା ଯନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କୁ ଘାଣ୍ଟିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା । ସେ କହିଛନ୍ତି , ଆମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥଇବା ୧୪ ଜଣ ଯନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସଂପର୍କରେ ତଥ୍ୟ ଦେଇଛୁ । ଭିଜିଲାନ୍ସ ଧରୁଥିବା ଲୋକଙ୍କ ତଥ୍ୟ ବିଭିନ୍ନ ଏଜେନ୍ସିକୁ ଦିଆଯାଇଥାଏ । ଆଇଟି , ଇଡି ଦ୍ୱାରା ଶେଆର କରୁ । ସେମାନେ ସେମାନଙ୍କ ଅନୁସାରେ ଖୋଳତାଡ କରିଥାନ୍ତି । ଆବଶ୍ୟକ ହୁଏ ଯଦି ତାଙ୍କ ଶୈଳୀରେ ତଦନ୍ତ କରିଥାନ୍ତି । ସୂଚନା ଅନୁସାରେ , ଓଡିଶାକୁ ବିଜେପି ସରକାର ଆସିବା ପରେ ରାଜ୍ୟରେ ନିୟମିତ ଭାବେ ଭିଜିଲାନ୍ସ ଚଢଉ ହେଉଛି । ଏହାକୁ ନେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି ।