କୋରାପୁଟ: କୋରାପୁଟ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ । ଫରେଷ୍ଟରଙ୍କ ଭୁବନେଶ୍ୱର ସ୍ଥିତ ଝାରପଡାରେ ଅଛି ୨ଟି ବହୁ ତଳ କୋଠା । ଭୁବନେଶ୍ୱର, ଜଗତସିଂହରପୁର ଓ ସେମିଳିଗୁଡାରେ ଅଛି ୭ଟି ଦାମୀ ପ୍ଲଟ । ଏଥିସହିତ ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି । ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି । ୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ । ନିରଞ୍ଜନଙ୍କର ସେତେବେଳେ ଦରମା ୬୨୫ ଟଙ୍କା ଥିଲା । ଆଜି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି । ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟର ୫ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ସାମିଲ ଥିଲେ , ୬ ଡିଏସପି, ୭ ଇନ୍ସପେକ୍ଟର । ବିପୁଳ ପରିମାଣର ବିଦେଶୀ ମୁଦ୍ରା ଓ ସୁନା ଗହଣା ଜବତ କଲା ଭିଜିଲାନ୍ସ ।ପୂର୍ବରୁ ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ୱାର୍ଡରୋବ ଭିତର ସିକ୍ରେଟ ଚାମ୍ବରରେ ଲୁଚାଇଥିଲେ ସୁନା ଗହଣା । ଠାକୁର ଘର ସିଂହାସନ ତଳୁ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଅଳଙ୍କାର ବାହାର କରାଯାଇଛି ।










