26.1 C
Bhubaneswar
Thursday, March 26, 2026
Homeଓଡିଶାଆକାଉଣ୍ଟାଣ୍ଟଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଆକାଉଣ୍ଟାଣ୍ଟଙ୍କର ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ସୁନ୍ଦରଗଡ: ସୁନ୍ଦରଗଡ ଓଏସସିଏସସି ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟଙ୍କ ବିପୁଳ ସମ୍ପତ୍ତି ଠାବ । ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଜୁନୟର ଆକାଉଣ୍ଟାଣ୍ଟଙ୍କ ବାଲେଶ୍ୱରରେ ଅଛି ଗୋଟିଏ ୩ ମହଲା କୋଠା । ଗୋଟିଏ ୩ ମହଲା ମାର୍କେଟ କମ୍ପେ୍ଲକ୍ସ ଓ ଜିମ୍ ମଧ୍ୟ ଅଛି । କଲ୍ୟାଣ ମଣ୍ଡପ ସହ ବାଲେଶ୍ୱର ସହର ଆଖପାଖରେ ଅଛି ୪ ଦାମୀ ପ୍ଳଟ । ୧୭୫ ଗ୍ରାମ୍ ସୁନା ସହ ଆକାଉଣ୍ଟାଣ୍ଟଙ୍କ ଗୋଟିଏ ୪ ଚକିଆ ଗାଡି ଅଛି । ୧୯୯୫ରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଚାକିରିରେ ଯୋଗ ଦେଇଥିଲେ ରବୀନ୍ଦ୍ର । ଭଦ୍ରକ ସିଭିଲ ସପ୍ଲାଏଜ ଅଫିସରେ ମାସିକ ବେତନ ଥିଲା ୫୪୦୦ ଟଙ୍କା । ସୂଚନାଥାକି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଅଭିଯାନ ସକାଳେ ଆରମ୍ଭ କରାଯାଇଥିଲା।  ତିନି ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସଙ୍କ ନେତୃତ୍ୱରେ ଏବଂ ଛଅ ଜଣ ଇନ୍ସପେକ୍ଟରଙ୍କ ସହାୟତାରେ ଏକ ସର୍ଚ୍ଚ ଟିମ୍ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking