ବ୍ରହ୍ମପୁର: ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ନେଇଥାନ୍ତେ ଅବସର । କିନ୍ତୁ ଏହା ପୂର୍ୱରୁ ଆଜି ଭିଜିଲାନ୍ସ ମାଡି ବସିଛି । ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପଡିଥିବା ବେଳେ ଆଉ ୩ ଦିନ ଯାଇଥିଲେ ଅବସର ନେଇଥାନ୍ତେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଙ୍କୁଲି ସ୍ଥିତ ବାସଭବନ, ଗଞ୍ଜାମ ବ୍ଲକ କାଯ୍ୟାଳୟ ସମେତ ୭ରୁ ଅଧିକ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।