କେଉଁଝର: ହାଟଡିହିର ବାଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସର ଚଢାଉ । ବାଞ୍ଚୋ ପଞ୍ଚାୟତ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ପଢିଆରିପାଲିର ପୈତୃକ ଘର ଓ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ରେଡ ହୋଇଛି । ବିରଞ୍ଚିପୁରରେ ୩ ମହଲା କୋଠା ଓ ବସନ୍ତିଆରେ ୨ ମହଲା ମାର୍କେଟ କମ୍ପେ୍ଲକ୍ସ ଠାବ କରାଯାଇଛି । ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନ ଓ ବସନ୍ତିଆ ଗୋଦାମରେ ରେଡ ହୋଇଛି । ଏହି ଚଢାଉରେ ୪ ଡିଏସପି ଓ ୮ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ରେଡ । ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି ରହିଛି ।










