21.1 C
Bhubaneswar
Monday, February 2, 2026
Homeଓଡିଶାଜେଇଙ୍କ ଘରେ ଭିଜିଲାନ୍ସ ରେଡ

ଜେଇଙ୍କ ଘରେ ଭିଜିଲାନ୍ସ ରେଡ

ମାଲକାନଗିରି: ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ  ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଚାରୋଟି ସ୍ଥାନରେ ଚଢାଉ କରାଯାଉଛି।ମାଲକାନଗିରି ସମେତ ଏମପିଭି- ୧୦ ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଚାଲିଛି । ଅନ୍ୟପଟେ ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି କହିଛନ୍ତି, ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ । ନିହାର ସରକାରଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିଲା ।ଜୟପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟରେ ଚାରି ଜଣ ଡିଏସ୍ପି, ସାତ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking