ନବରଙ୍ଗପୁର: ନିଲମ୍ବିତ ପିଇଓ ଙ୍କୁ ଉଠାଇ ନେଲା ଭିଜିଲାନ୍ସ । ନିଲମ୍ବିତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କୁ ଉଠାଇ ନେଲା ଭିଜିଲାନ୍ସ । ୨ ଟି ପଞ୍ଚାୟତର ସରକାରୀ ଟଙ୍କା ହଡପ ଅଭିଯୋଗରେ ଉଠାଇ ନେଲା । ରାଇଘର ବ୍ଲକର କାଚରାପାରା ଓ ପରଚିପାରା ପଞ୍ଚାୟତ ଟଙ୍କା ହଡପ ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ , ଭିଜିଲାନ୍ସ ଉଠାଇ ନେଇଛି । ତେବେ ସୂଚନା ଅନୁଯାଇ , ୨ ଟି ପଞ୍ଚାୟତ ରେ ପ୍ରାୟ ୫୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ତୁରୁଡି ପଞ୍ଚାୟତ ର ୬୦ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।