ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ରାୟଗଡା ଜଳ ବିଭାଜି ପୂର୍ୱତନ କମିଶନ ପିଡି ଦୟାନିଧି ଥିଲେ । ଭୁବନେଶ୍ୱର କଳାହାଣ୍ଡି ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ କରିଛି । କଳାହାଣ୍ଡିରେ ଥିବା ଘର , ତାଙ୍କର ଶ୍ୱଶୁର ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଏବଂ ଗୋଠପାଟଣା ସହିତ ନବରଙ୍ଗପୁରର ବିଭିନ୍ନ୍ ସ୍ଥାନ ଏବଂ ଭୁବନେଶ୍ୱରର ସରକାରୀ କାଯ୍ୟାଳୟରେ ଛାନଭିନ ଚଳାଇଛି ଭିଜିଲାନ୍ସ ଟିମ । ଚଢାଉରେ ୧୦ ଡିଏସପି , ୮ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି ।